ସ୍ବାସ୍ଥ୍ୟ ବ୍ୟବସ୍ଥା‌ରେ ସରକାରୀ ନିବେଶ ବଢ଼ିବ, ସବୁ ଜିଲ୍ଲାରେ ରହିବ ‘ସଂକ୍ରାମକ ରୋଗ ହସ୍ପିଟାଲ୍‌ ବ୍ଲକ୍’

ସବୁ ବ୍ଲକ୍‌ରେ ‘ସାର୍ବଜନୀନ ସ୍ବାସ୍ଥ୍ୟ ୟୁନିଟ୍‌’

ନୂଆଦିଲ୍ଲୀ: ଦେଶର ସ୍ବାସ୍ଥ୍ୟ ବ୍ୟବସ୍ଥାକୁ ଆହୁରି ଦୃଢ଼ କରିବା ଲାଗି ସରକାର ଅଧିକ ଟଙ୍କା ନିବେଶ କରିବେ। ସ୍ବାସ୍ଥ୍ୟରେ ସରକାରୀ ବ୍ୟୟ ବୃଦ୍ଧି କରାଯିବ ଏବଂ ତୃଣମୂଳ ସ୍ତରରେ କାର୍ଯ୍ୟ କରୁଥିବା ସ୍ବାସ୍ଥ୍ୟ ବ୍ୟବସ୍ଥାରେ ମଧ୍ୟ ନିବେଶ କରାଯିବ। ଗ୍ରାମାଞ୍ଚଳରେ ହେଲ୍‌ଥ ଆଣ୍ଡ୍‌ ୱେଲ୍‌ନେସ୍‌ ସେଣ୍ଟର୍‌ ସଂଖ୍ୟା ବୃଦ୍ଧି କରାଯିବ ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି। ଭବିଷ୍ୟତ ମହାମାରୀଗୁଡ଼ିକର ମୁକାବିଲା ଲାଗି ଦେଶକୁ ଆଗୁଆ ପ୍ରସ୍ତୁତ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି।

ସେଥିପାଇଁ ସବୁ ଜିଲ୍ଲରେ ସଂକ୍ରାମକ ରୋଗ ହସ୍ପିଟାଲ୍‌ ବ୍ଲକ୍ ରହିବ। ଲାବୋରେଟୋରି ନେଟୱର୍କକୁ ଓ ନିରୀକ୍ଷଣ ବ୍ୟବସ୍ଥାକୁ ଆହୁରି ଦୃଢ଼ କରାଯିବ। ସବୁ ଜିଲ୍ଲାରେ ସମନ୍ବିତ ସାର୍ବଜନୀନ ସ୍ବାସ୍ଥ୍ୟ ଲାବ୍‌ ଓ ବ୍ଲକ୍‌ଗୁଡ଼ିକରେ ବ୍ଲକ୍‌ସ୍ତରୀୟ ଲ୍ୟାବ୍ ଓ ସାର୍ବଜନୀନ ସ୍ବାସ୍ଥ୍ୟ ୟୁନିଟ୍ ରହିବ। ସ୍ବାସ୍ଥ୍ୟ କ୍ଷେତ୍ରରେ ଅଧିକ ଗବେଷଣା ପାଇଁ ଉତ୍ସାହିତ କରାଯିବ। ଆଇସିଏମ୍‌ଆର୍‌ ଜରିଆରେ ଏହି କାର୍ଯ୍ୟ ହେବ। ଏହା ବ୍ୟତୀତ ଜାତୀୟ ଡିଜିଟାଲ୍‌ ହେଲ୍‌ଥ ମିସନ୍ ଲାଗୁ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି।

ସମ୍ବନ୍ଧିତ ଖବର