ନୂଆଦିଲ୍ଲୀ: ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ (ଆରବିଆଇ)ର ୱେବସାଇଟ୍ ଅନୁସାରେ ଯେଉଁ ରାଜ୍ୟମାନଙ୍କରେ ଦୁର୍ଗା ପୂଜା ପାଳନ ହେଉଛି ସେହି ରାଜ୍ୟମାନଙ୍କରେ ଆସନ୍ତା ୨୭ରୁ ଅକ୍ଟୋବର ୨ ତାରିଖ ପର୍ଯ୍ୟନ୍ତ ବ୍ୟାଙ୍କ ବନ୍ଦ ରହିବ। ଅନ୍ୟ ରାଜ୍ୟମାନଙ୍କରେ ଶୁକ୍ରବାରଠାରୁ ସୋମବାର ପର୍ଯ୍ୟନ୍ତ ବ୍ୟାଙ୍କ୍ ବନ୍ଦ ।
ଏହି ଛୁଟି ଦିନମାନଙ୍କରେ ବ୍ୟାଙ୍କରେ କୌଣସି ପ୍ରକାର ନେଣଦେଣ ହେବ ନାହିଁ । ଏହାର ପ୍ରଭାବ ଅନଲାଇନ୍ ବ୍ୟାଙ୍କିଂ ଏବଂ ଏଟିଏମ୍ ଟ୍ରାନ୍ଜାକ୍ସନ୍ ଉପରେ ମଧ୍ୟ ପଡିପାରେ । କାରଣ ମାସ ଆରମ୍ଭରେ ଦରମା ଆସିଥାଏ, କିନ୍ତୁ ଏହି ଦିନ ବ୍ୟାଙ୍କ୍ ବନ୍ଦ ରହିବା ଯୋଗୁଁ ଏଟିଏମରେ ମଧ୍ୟ ପର୍ଯ୍ୟାପ୍ତ ପରିମାଣର ଟଙ୍କା ଉପଲବ୍ଧ ହେବ ନାହିଁ । ତେଣୁ ଏହି ସବୁକୁ ଆଖି ଆଗରେ ରଖି ବ୍ୟାଙ୍କରେ ଥିବା ଜରୁରୀ କାମ ମଙ୍ଗଳବାର ସୁଦ୍ଧା ଶେଷ କରିବା ପାଇଁ ଆରବିଆଇ ସୂଚନା ଦେଇଛନ୍ତି।