ପୁଲୱାମା ସହିଦଙ୍କ ପିତାମାତାଙ୍କୁ ନାଲ୍‌କୋ ଅଧ୍ୟକ୍ଷଙ୍କ ସମ୍ବର୍ଦ୍ଧନା

ଭୁବନେଶ୍ବର: ପୁଲୱାମା ଆତଙ୍କବାଦୀ ଆକ୍ରମଣରେ ସହିଦ ହୋଇଥିବା ମନୋ କୁମାର ବେହେରାଙ୍କ ପିତାମାତାଙ୍କୁ ନାଲ୍‌କୋର ଅଧ୍ୟକ୍ଷ ଡକ୍ଟର ତପନ କୁମାର ଚାନ୍ଦ ସମ୍ବର୍ଦ୍ଧିତ କରିଛନ୍ତି। ପୁରୀ କ୍ଲବ୍‌ର ୯୧ତମ ପ୍ରତିଷ୍ଠା ଦିବସ ଅବସରରେ ସେମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ଅବସରରେ ଡକ୍ଟର ଚାନ୍ଦ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଏସ୍‌ଜେଟିଏର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ କୁମାର ମହାପାତ୍ର, ପୁରୀ ଜିଲ୍ଲାପାଳ ଜ୍ୟୋତିପ୍ରକାଶ ଦାସ, ଏସପି ଡକ୍ଟର ଉମାଶଙ୍କର ଦାଶ ଓ ଡିଏଫ୍‌ଓ ହର୍ଷବର୍ଦ୍ଧଦ ଉଦ୍‌ଗାତା ଉପସ୍ଥିତ ଥିଲେ। ଡକ୍ଟର ଚାନ୍ଦଙ୍କୁ ହେରିଟେଜ୍ କ୍ଲବ୍‌ର ଅବୈତନିକ ସଦସ୍ୟ ଭାବେ ଗ୍ରହଣ କରାଯାଇଛି।

ସମ୍ବନ୍ଧିତ ଖବର