ପୁନେ କଂପାନି ଆଣିଲା ଥ୍ରିଡି ପ୍ରିଣ୍ଟେଡ୍‌ ମାସ୍କ

ପୁନେ: ପୁନେର ଏକ ଷ୍ଟାର୍ଟଅପ୍ ସଂସ୍ଥା ଥିନ୍‌କର୍‌ ଟେ‌କ୍ନୋଲୋଜିସ୍ ପକ୍ଷରୁ ଏକ ୩ଡି ପ୍ରିଣ୍ଟେଡ୍‌ ମାସ୍କ ବିକଶିତ କରାଯାଇଛି। ଏହା ଉପରେ ଜୀବାଣୁ ନାଶକାରୀ ଉପାଦାନର ପ୍ରଲେପ ଦିଆଯାଇଛି। ଫଳରେ ଜୀବାଣୁ କିମ୍ବା ଭୂତାଣୁ ଏହା ସଂସ୍ପର୍ଶରେ ଆସିଲେ ନଷ୍ଟ ହୋଇଯାଉଛି। ଏହି ମାସ୍କର ବାଣିଜ୍ୟିକ ବ୍ୟବହାର ଲାଗି କେନ୍ଦ୍ର ସରକାରଙ୍କ ପ୍ରଯୁକ୍ତି ବିକାଶ ବୋର୍ଡ ସହାୟତା ପ୍ରଦାନ କରୁଛି। କଂପାନି ତରଫରୁ ଦାବି କରାଯାଇଛି ଯେ ସୁଲଭ ମୂଲ୍ୟରେ ମିଳିବାକୁ ଥିବା ମାସ୍କଗୁଡ଼ିକ ଏନ୍‌-୯୫, ୩-ପ୍ଲାଏ ଓ କପଡ଼ା ମାସ୍କ ଠାରୁ ବେଶ ପ୍ରଭାବଶାଳୀ। ଏ ସମ୍ପର୍କରେ କଂପାନିର ନିର୍ଦେଶକ ଡକ୍ଟର ସୀତାକୁମାର ଜାମ୍ବାଦ କହିଛନ୍ତି ଯେ ମହାମାରୀ ଆରମ୍ଭ ହେବା ପରଠାରୁ ଆମେ ମାସ୍କ ସମସ୍ୟାର ସମ୍ଭାବ୍ୟ ସମାଧାନ ବିଷୟରେ ଚିନ୍ତା କରିବା ଆରମ୍ଭ କରିଥିଲୁ।

ଆମେ ଜାଣିବାକୁ ପାଇଥିଲୁ ଯେ ସାଧାରଣ ଲୋକମାନେ ବ୍ୟବହାର କରୁଥିବା ମାସ୍କକୁ ସେମାନେ ଘରେ କିମ୍ବା କପଡ଼ାରେ ତିଆରି କରୁଛନ୍ତି। କୋଭିଡ୍‌-୧୯ ଭୁତାଣୁରୁ ସୁରକ୍ଷା ପ୍ରଦାନ କରବା ଲାଗି ଏକ ଉଚ୍ଚ ମାନର ମାସ୍କ ଆବଶ୍ୟକତାକୁ ବିଚାର କରି କଂପାନି ଏହି ୩ଡି ମାସ୍କ ବିକଶିତ କରିିଛି। କଂପାନି ତରଫରୁ ଏହି ମାସ୍କ ଉପରେ ସୋଡିୟମ୍ ଓଲେଫିନ୍ ସଲ୍‌ଫୋନେଟ୍‌ ଭିତ୍ତିକ ମିଶ୍ରଣର ପ୍ରଲେପ ପ୍ରଦାନ କରାଯାଇଛି।

ସମ୍ବନ୍ଧିତ ଖବର