ପୁଷ୍ପ ମସଲାକୁ ଶ୍ରେଷ୍ଠ ବ୍ରାଣ୍ଡ୍‌ ପୁରସ୍କାର

ଭୁବନେଶ୍ବର: ଭୋପାଳ ସହରରେ ଆୟୋଜିତ ଏକ ସମାରୋହରେ ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ କମଳନାଥ ପୁଷ୍ପ ମସଲାକୁ ଶ୍ରେଷ୍ଠ ବ୍ରାଣ୍ଡ୍‌ ପୁରସ୍କାର ପ୍ରଦାନ କରିଛନ୍ତି। କଂପାନିର ଏମ୍‌ଡି ସୁରେନ୍ଦ୍ର ସୁରାନା ଓ ଶୈଲି ସୁରାନା ଏହି ପୁରସ୍କାର ଗ୍ରହଣ କରିଛନ୍ତି। ଗ୍ରାହକ ଏବଂ ଡିଲରଙ୍କ କଂପାନି ଉପରେ ରହିଥିବା ଅତୁଟ ବିଶ୍ବାସ ଯୋଗୁ ଆମେ ଏହି ପୁରସ୍କାର ଜିତିଛୁ ବୋଲି ସୁରେନ୍ଦ୍ର କହିଛନ୍ତି। ଆଗାମୀ ଦିନରେ ଆମେ ମସଲାଗୁଡ଼ିକର ଗୁଣବତ୍ତା ବଜାୟ ରଖିବା ଏବଂ ସେଥିରେ ଉନ୍ନତି ଆଣିବାର ଉଦ୍ୟମ ଜାରି ରଖିବୁ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର