ହାତ ମିଳାଇଲେ ପିଭିଆର ଓ ଆଇନକ୍ସ, ପାଇଲେ ଦେଶର ସବୁଠାରୁ ବଡ ମଲ୍ଟିପ୍ଲେକ୍ସ ଚେନ୍ ମାନ୍ୟତା

ମୁମ୍ବାଇ: ଦେଶର ଦୁଇଟି ବୃହତ ମଲ୍ଟିପ୍ଲେକ୍ସ ଚେନ ପିଭିଆର ଓ ଆଇନକ୍ସର ମିଶ୍ରଣ ହୋଇଯାଇଛି | ଏହି ପ୍ରସ୍ତାବକୁ ଉଭୟ କମ୍ପାନୀର ବୋର୍ଡ ଅନୁମୋଦନ କରିଛି। ମିଳିଥିବା ସୂଚନା ଅନୁଯାୟୀ ଏହି ମିଶ୍ରଣ ପରେ ୧୫୦୦ ସ୍କ୍ରିନର ସର୍ବ ବୃହତ ମଲ୍ଟିପ୍ଲେକ୍ସ ଚେନ୍ ମାନ୍ୟତା ପାଇଛି | ମିଳିତ କମ୍ପାନୀର ନାମ ପିଭିଆର- ଆଇନକ୍ସ ଲିମିଟେଡ୍’ ହେବ | ମିଶ୍ରଣ ପରେ ଖୋଲିବାକୁ ଥିବା ନୂଆ ସିନେମା ହଲ୍ ଗୁଡିକ ପିଭିଆର- ଆଇନକ୍ସ ଭାବରେ ବ୍ରାଣ୍ଡିଙ୍ଗ ହେବ | ଚୁକ୍ତିନାମା ଅନୁଯାୟୀ, ପିଭିଆରର ମୁଖ୍ୟ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଅଜୟ ବିଜଲିଙ୍କୁ ମିଳିତ କମ୍ପାନୀର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଦାୟିତ୍ୱ ସମ୍ଭାଳିବେ |

ସେହିପରି ଆଇନକ୍ସର ଚେୟାରମ୍ୟାନ ପୱନ କୁମାର ଜୈନଙ୍କୁ ମିଳିତ କମ୍ପାନୀର ଅଣ-କାର୍ଯ୍ୟନିର୍ବାହୀ ଚେୟାରମ୍ୟାନ୍ ଭାବରେ ନିଯୁକ୍ତି ଦିଆଯାଇଛି |ସୂଚନା ଥାଉ କି ମୋଟ ୮୬୦ ସ୍କ୍ରିନ ସହିତ ପିଭିଆର ହେଉଛି ଦେଶର ସବୁଠାରୁ ବଡ ମଲ୍ଟିପ୍ଲେକ୍ସ ଚେନ୍ | ଆଇନକ୍ସ ପାଖରେ ସମୁଦାୟ ୬୬୭ ସ୍କ୍ରିନ ରହିଛି | ୩୧ ଡିସେମ୍ବର ୨୦୨୧ ସୁଦ୍ଧା, ପିଭିଆରର ମୋଟ ଋଣ ୧୫୩୬ କୋଟି ଟଙ୍କା ଥିବାବେଳେ ୨୦୨୦ ଆର୍ଥିକ ବର୍ଷରେ କମ୍ପାନୀର ରୋଜଗାରରେ ବହୁତ ହ୍ରାସ ଘଟିଥିଲା ​​|

ଏହି ଅବଧି ମଧ୍ୟରେ, ପିଭିଆରର ଆୟ ୩୪୫୨ କୋଟିରୁ ୩୧୦ କୋଟି ଟଙ୍କାକୁ ଖସି ଆସିଥିଲା | କରୋନା ଭାଇରସ ସଂକ୍ରମଣ ଯୋଗୁଁ ଲାଗୁ ହୋଇଥିବା ଲକଡାଉନ ଯୋଗୁଁ ମଲ୍ଟିପ୍ଲେକ୍ସ ଦୀର୍ଘଦିନ ଧରି ବନ୍ଦ ରହିଥିଲା | ଯାହାଫଳରେ କମ୍ପାନୀକୁ ବିପୁଳ କ୍ଷତି ସହିବାକୁ ପଡିଥିଲା |

ସମ୍ବନ୍ଧିତ ଖବର