ନୂଆଦିଲ୍ଳୀ: ଆନୁଷ୍ଠାନିକ ଭାବେ ଭାରତରେ ପ୍ରବେଶ କରିସାରିଛି ଚୀନୀ ବାଇକ୍ ନିର୍ମାତା କମ୍ପାନି କ୍ବୁଜେ ମୋଟର୍। କମ୍ପାନି ଭାରତୀୟ ବଜାରରେ ୨୫୦ ସିସିରୁ ନେଇ ୫୦୦ ସିସି ପର୍ଯ୍ୟନ୍ତ ଏକାସାଥୀରେ ୪ଟି ବାଇକ୍ ଲଞ୍ଚ୍ କରିଛି। ଇଞ୍ଜନ କ୍ଷମତା ଓ ଅନ୍ୟ ସମସ୍ତ ଦୃଷ୍ଟିରୁ ଏହି ବାଇକ୍ଗୁଡ଼ିକ ରୟାଲ୍ ଏନ୍ଫିଲ୍ଡକୁ ଟକ୍କର ଦେବ। ଏହି ସବୁ ବାଇକ୍ର ବିକ୍ରି ଦାୟିତ୍ବ ବହନ କରିବ ଆଦିଶ୍ବର ଅଟୋ ରାଇଡ୍ ଇଣ୍ଡିଆ(ଏଏଆର୍ଆଇ)। ଏହି ୪ଟି ବାଇକ୍ ହେଉଛି ଏସ୍ଆର୍ସି ୨୫୦, ଏସ୍ଆର୍ସି ୫୦୦, ଏସ୍ଆର୍ଭି ୩୦୦ ଓ ଏସ୍ଆର୍କେ ୪୦୦।
ଏସ୍ଆର୍ସି ୨୫୦: କମ୍ପାନି ଏହି ବାଇକ୍ରେ ୨୪୯ସିସି କ୍ଷମତାର ଦୁଇଟି ଇଞ୍ଜିନ୍ ବ୍ୟବହାର କରିଛି। ଏହି ଇଞ୍ଜିନ ୧୭.୧ବିଏଚ୍ପି ପାୱାର୍ର। ଏଥିରେ ସ୍ପୋର୍ଟସ ସ୍କୋପ୍ ଚକା ସହ ଗୋଲିଆ ହେଡ୍ ଲାଇଟ୍ ଦିଆଯାଇଛି। ଏହା ହେଉଛି ଭାରତୀୟ ବଜାରରେ କମ୍ପାନିର ସବୁଠାରୁ ଶସ୍ତା ଗାଡ଼ି।
ଏସ୍ଆର୍ସି ୫୦୦: ଏହା ହେଉଛି ଏସ୍ଆର୍ସି ରେଞ୍ଜ୍ର ଏକ ବଡ଼ ବାଇକ୍। ଏଥିରେ ପୂର୍ବ ମଡେଲ୍ ଅପେକ୍ଷା ବଡ଼ ଇଞ୍ଜିନ ବ୍ୟବହାର କରାଯାଇଛି। ମାତ୍ର ଅନ୍ୟ ସବୁ ଦୃଷ୍ଟିରୁ ୨ଟି ବାଇକ୍ ପ୍ରାୟ ସମାନ। ଏହି ବାଇକ୍ରେ କମ୍ପାନି ୪୮୦ ସିସି କ୍ଷମତାର ଏକ ସିଙ୍ଗଲ୍ ସିଲିଣ୍ଡର୍ ଇଞ୍ଜିନ୍ ବ୍ୟବହାର ହୋଇଛି। ଯାହାକି ୨୫.୧ବିଏଚପି ପାୱାର୍ର।
ଏସ୍ଆର୍ଭି ୩୦୦: ଏହି ବାଇକ୍ରେ କମ୍ପାନି ୨୯୬ ସିସି କ୍ଷମତାର ଇଞ୍ଜିନ୍ ବ୍ୟବହାର କରିଛି। ଯାହାକି ୨୯.୮ବିଏଚ୍ପି ପାୱାର୍ର ଅଟେ।
ଏସ୍ଆର୍କେ ୪୦୦: ଏହି ବାଇକ୍ରେ ୪୦୦ସିସି କ୍ଷମତାର ୨ଟି ଇଞ୍ଜିନ୍ ବ୍ୟବହାର କରାଯାଇଛି। ଯାହାକି ୪୦.୩ବିଏଚ୍ପି ପାୱାର୍ର।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/11/Untitled-55.jpg)