ନୂଆଦିଲ୍ଲୀ: କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (ଇପିଏଫ୍‌ଓ)ର ସଦସ୍ୟମାନେ ଶୀଘ୍ର ପିଏଫ୍‌ ଟଙ୍କା ପାଇବେ। ଇପିଏଫ୍‌ଓର ଟ୍ରଷ୍ଟି ବୋର୍ଡ ବୈଠକରେ ନୂଆ କେନ୍ଦ୍ରୀୟ ପେମେଣ୍ଟ୍‌ ବ୍ୟବସ୍ଥାକୁ ନୀତିଗତ ମଞ୍ଜୁରି ପ୍ରଦାନ କରାଯାଇଛି। ପ୍ରସ୍ତାବିତ ନୂଆ ବ୍ୟବସ୍ଥାରେ ନ୍ୟାସନାଲ୍‌ ପେମେଣ୍ଟ୍‌ କର୍ପୋରେସନ୍‌ ଅଫ୍‌ ଇଣ୍ଡିଆ (ଏନ୍‌ପିସିଆଇ)ର ପ୍ଲାଟଫର୍ମକୁ ବ୍ୟବହାର କରାଯିବ। ଏହା ଦ୍ୱାରା ଗୋଟିଏ ଦିନ ଭିତରେ ସଦସ୍ୟମାନେ ନିଜର ପିଏଫ୍‌ ଟଙ୍କା ପାଇପାରିବେ ବୋଲି ଆଶା କରାଯାଉଛି।

Advertisment

ଇପିଏଫ୍‌ଓର କେନ୍ଦ୍ରୀୟ ଟ୍ରଷ୍ଟି ବୋର୍ଡ (ସିବିଟି)ର ୨୧୯ତମ ବୈଠକ ପରେ ସୂଚନା ଦେଇ ଶ୍ରମ ମନ୍ତ୍ରୀ ସନ୍ତୋଷ କୁମାର ଗଙ୍ଗଓ୍ଵାର କହିଛନ୍ତି ଯେ ବୈଠକରେ ଏଭଳି କିଛି ନିଷ୍ପତ୍ତି ଗ୍ରହଣ କରାଯାଇଛି ଯାହା ଦ୍ୱାରା ୪୫ ନିୟୁତ ଇପିଏଫ୍‌ଓ ସଦସ୍ୟ ଲାଭବାନ ହେବେ। ଇପିଏଫ୍‌ଓ ଏହାର ସୂଚନା ପ୍ରଯୁକ୍ତି ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିଛି। ପିଏଫ୍‌ ଖାତାରେ ଭୁଲ ଥିବା ନାମ, ଜନ୍ମ ତାରିଖ ଏବଂ ଲିଙ୍ଗ ଆଦିକୁ ସଂଶୋଧନ କରିବା ପାଇଁ ସବ୍‌ସ୍କ୍ରାଇବର୍‌ମାନେ ଏହାର େଓ୍ଵବସାଇଟ୍‌ରେ ଅନଲାଇନ୍‌ ଅନୁରୋଧ କରିପାରିବେ। ଏହା ବ୍ୟତୀତ ଆଧାର ଜରିଆରେ କର୍ମଚାରୀମାନେ ନିଜର ୟୁଏଏନ୍‌ ସୃଷ୍ଟି କରିପାରିବେ ଏବଂ କେଓ୍ଵାଇସ୍‌ ଲିଙ୍କ୍‌ କରିପାରିବେ।