ନୂଆଦିଲ୍ଲୀ: ଭାରତୀୟ ଜୀବନ ବୀମା ନିଗମ (ଏଲ୍‌ଆଇସି)ର ନୂଆ ଏମ୍‌ଡି ଓ ସିଇଓ ଭାବେ ଆର୍‌ ଦୋରାଇସ୍ବାମୀଙ୍କ ନାମକୁ ଆର୍ଥିକ ସେବା ପ୍ରତିଷ୍ଠାନ ବୋର୍ଡ (ଏଫ୍‌ଏସ୍‌ଆଇବି) ସୁପାରିସ କରିଛି। କମ୍ପାନିର ପୂର୍ବତନ ସିଇଓ ସିଦ୍ଧାର୍ଥ ମହାନ୍ତିଙ୍କ କାର୍ଯ୍ୟକାଳ ଚଳିତ ମାସରେ ଶେଷ ହେବା ପରେ ସେହି ସ୍ଥାନରେ ସତ୍‌ପାଲ୍‌ ଭାନୋଙ୍କୁ କମ୍ପାନିର ଅନ୍ତରୀଣ ପରିଚାଳନା ନିର୍ଦ୍ଦେଶକ ଦାୟିତ୍ବ ଦିଆଯାଇଥିଲା। ନୂଆ ସିଇଓ ଚୟନ ପାଇଁ ଚାରି ଜଣ ପ୍ରାର୍ଥୀଙ୍କ ସାକ୍ଷାତକାର ନିଆଯାଇଥିଲା।

Advertisment

ସେମାନଙ୍କ ପ୍ରଦର୍ଶନ, ଅଭିଜ୍ଞତା ଓ ମାନଦଣ୍ଡ ଆଦିକୁ ବିଚାରକୁ ନିଆଯାଇଥିଲା। ଭାନୋଙ୍କ ସ୍ଥାନରେ ଶ୍ରୀ ଦୋରାଇସ୍ବାମୀ କାର୍ଯ୍ୟ କରିବେ। ୨୦୨୩ ସେପ୍ଟେମ୍ବର ୧ ପରଠାରୁ ଦୋରାଇସ୍ବାମୀ ଏଲ୍‌ଆଇସିର ସିଇଓ ଭାବେ କାର୍ଯ୍ୟ କରୁଛନ୍ତି। ଏହା ପୂର୍ବରୁ ସେ ନ୍ୟାସନାଲ୍ ଇନ୍‌ସ୍ୟୁରାନ୍ସ ଏକାଡେମିରେ ରିସର୍ଚ୍ଚ ଆସୋସିଏଟ୍‌ ଭାବେ କାମ କରୁଥିଲେ।