ସଚ୍ଚି ସହେଲିର ପ୍ରଚାର କରିବେ ରବିନା

ଭୁବନେଶ୍ବର: ବଲିଉଡ୍‌ ନାୟିକା ରବିନା ଟଣ୍ଡନ ଡିଭିସା ହର୍ବାଲ୍ କେୟାରର ଆୟୁର୍ବେଦିକ ଟନିକ୍‌ ସଚ୍ଚି ସହେଲିର ପ୍ରଚାର କରିବେ। କଂପାନି ପକ୍ଷରୁ ରବିନାଙ୍କୁ ଏହି ଉତ୍ପାଦ ପାଇଁ ବ୍ରାଣ୍ଡ୍‌ ଆମ୍ବାସାଡର ଭାବେ ନିଯୁକ୍ତ କରାଯାଇଛି। ଏ ସମ୍ପର୍କରେ କଂପାନିର ସହ ପ୍ରତିଷ୍ଠାତା ସଞ୍ଜୀବ ଜୁନେଜା କହିଛନ୍ତି ଯେ, ସଚ୍ଚେ ସହେଲି ପାଇଁ ଆମେ ଏକ ବିଶ୍ବାସଯୋଗ୍ୟ ଚେହେରା ସନ୍ଧାନରେ ଥିଲୁ ଏବଂ ରବିନାଙ୍କ ଠାରେ ଆମେ ତାହା ପାଇଛୁ। ରବିନାଙ୍କୁ ନେଇ କଂପାନିର ବିଜ୍ଞାପନ ଅଭିଯାନ ଖୁବଶୀଘ୍ର ଆରମ୍ଭ ହେବ। ଏହି ସହଯୋଗିତା ବିଷୟରେ ରବିନା କହିଛନ୍ତି ଯେ, ସଚ୍ଚି ସହେଲି ଏକ ଆୟୁର୍ବେଦିକ ଉତ୍ପାଦ ଓ ଏଥିରେ କୌଣସି ରାସାୟନିକ ପଦାର୍ଥ ବ୍ୟବହାର କରାଯାଇନାହିଁ। ତେଣୁ ଏହାକୁ ବ୍ୟବହାର କରିବାକୁ ସେ ମହିଳାମାନଙ୍କୁ ଆହ୍ବାନ ଦେବେ।

ସମ୍ବନ୍ଧିତ ଖବର