ମୁକେଶ ଅମ୍ବାନିଙ୍କ ପଛକୁ ଦ୍ଵିତୀୟ ଧନୀ ଭାରତୀୟ ହେଲେ ରାଧାକୃଷ୍ଣ ଦାମନି, କଣ କରନ୍ତି ରାଧାକୃଷ୍ଣ ଜାଣନ୍ତୁ

ମୁମ୍ବାଇ: ଦେଶର ଅନେକ ଧନୀଙ୍କୁ ପଛରେ ପକାଇ ଏବେ ଦ୍ଵିତୀୟ ସ୍ଥାନ ଅଧିକାର କରିଛନ୍ତି ରାଧାକୃଷ୍ଣ ଦାମନି | ସେୟାର ବଜାରରେ ଜଣେ ଜଣାଶୁଣା ନିବେଶକ ତଥା ଡି-ମାର୍ଟ ରିଟେଲ ସପିଙ୍ଗ ଚଳାଉଥିବା ରାଧାକୃଷ୍ଣ ଏବେ ମୁକେଶ ଅମ୍ବାନିଙ୍କ ପଛକୁ ଦ୍ଵିତୀୟ ସ୍ଥାନ ଅଧିକାର କରିଛନ୍ତି | ପାଖାପାଖି ୧ଲକ୍ଷ ୨୫ ହଜାର କୋଟି ଟଙ୍କା ସମ୍ପତ୍ତିର ଅଧିକାରୀ ରାଧାକୃଷ୍ଣ ଆଦାନି ଗ୍ରୁପର ମୁଖ୍ୟ ଗୌତମ ଆଦାନି, ଏଚସିଏଲ ମୁଖ୍ୟ ଶିବ ନାଦାରଙ୍କୁ ପଛରେ ପକାଇଦେଇଛନ୍ତି | ତେବେ ଦେଶର ୧ ନମ୍ବର ଧନୀ ତାଲିକାରେ ମୁକେଶ ଅମ୍ବାନୀ ଥିବାବେଳେ ତାଙ୍କ ସମ୍ପତ୍ତି ୪ ଲକ୍ଷ ୯୩ ହଜାର କୋଟି ଟଙ୍କାରେ ପହଂଚିଛି |

Photo-news 18.com

ଫୋର୍ବସ ପକ୍ଷରୁ ପ୍ରକାଶିତ ରିପୋର୍ଟ ଅନୁସାରେ ବିଶ୍ୱ ଧନୀ ତାଲିକାରେ ମୁକେଶ ଅମ୍ବାନୀ ୧୪ ତମ ସ୍ଥାନରେ ଥିବାବେଳେ ରାଧାକୃଷ୍ଣ ଦାମନି ୬୯ ତମ ସ୍ଥାନରେ ରହିଛନ୍ତି | ରାଧାକୃଷ୍ଣଙ୍କ ତଳକୁ ଧନୀ ତାଲିକାରେ ଶିବ ନାଦାର, ଉଦୟ କୋଟାକ, ଗୌତମ ଆଦାନି, ଲକ୍ଷ୍ମୀ ମିତ୍ତଲ ପ୍ରମୁଖ ଅଛନ୍ତି | ୬୫ ବର୍ଷୀୟ ରାଧାକୃଷ୍ଣ ଦାମନି ୨୦୦୨ରେ ରିଟେଲ ବ୍ୟବସାୟରେ ପାଦ ଥାପିଥିଲେ |

ମୁମ୍ବାଇରେ ଛୋଟ ଷ୍ଟୋରଟିଏ ପ୍ରତିଷ୍ଠା କରିଥିବା ରାଧାକୃଷ୍ଣ ସେୟାର ବଜାରରେ ନିଜକୁ ସକ୍ରିୟ ରଖିଥିଲେ | ଏବେ ଦେଶ ସାରା ଡି-ମାର୍ଟର ୨୦୦ ଷ୍ଟୋର ଥିବାବେଳେ ଧଳା ପୋଷାକ ସବୁବେଳେ ପିନ୍ଧୁଥିବାରୁ ତାଙ୍କୁ ମିଷ୍ଟର ହ୍ୱାଇଟ ମଧ୍ୟ କୁହାଯାଇଥାଏ |

ସମ୍ବନ୍ଧିତ ଖବର