ନୂଆଦିଲ୍ଲୀ: ଭାରତର ସବୁଠାରୁ ଧନୀ ବ୍ୟକ୍ତି ତାଲିକାରେ ସାମିଲ ଥିବା ମୁକେଶ ଅମ୍ବାନି ଓ ତାଙ୍କ ପରିବାରର ଜୀବନଶୈଳୀକୁ ନେଇ ଦେଶ ତଥା ଦେଶ ବାହାରେ ଚର୍ଚ୍ଚା ଚାଲିଥାଏ। ଅମ୍ବାନି ପରିବାର ପାଖରେ ମହଙ୍ଗା ଘର ଠାରୁ ଆରମ୍ଭ କରି ଗାଡ଼ି ଓ ଅଳଙ୍କାର ଆଦି ରହିଛି।

Advertisment

କିଛିମାସ ହେବ ଅମ୍ବାନି ପରିବାର ନିଜର ସାନପୁଅ ଅନନ୍ତ ଅମ୍ବାନିଙ୍କ ବିବାହ ପାଇଁ ବ୍ୟସ୍ତରେ ଥିଲେ। ଅନନ୍ତଙ୍କ ବିବାହ ପୂର୍ବରୁ ଓ ପରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା ଓ କରାଯାଉଛି ମଧ୍ୟ। ଅନନ୍ତ ଓ ରାଧିକାଙ୍କ ବିବାହରେ ସାମିଲ ହେବାକୁ ଆସିଥିବା ପ୍ରତ୍ୟେକ ଅତିଥିଙ୍କୁ ଯିବା ସମୟରେ ଉପହାର ଭେଟି ଦିଆଯାଇଥିଲ। ଅନନ୍ତ ତାଙ୍କ ସାଙ୍ଗମାନଙ୍କୁ ଉପହାରରେ ୨କୋଟି ଟଙ୍କାର ଘଡ଼ି ଦେଇଥିଲେ।

ଏହି କ୍ରମରେ ଖବର ଆସିଛି କି ମୁକେଶ ଓ ନୀତା ଅମ୍ବାନି ତାଙ୍କ ପୁଅ ଓ ବୋହୂଙ୍କୁ କ’ଣ ଉପହାରରେ ଦେଇଛନ୍ତି। କୁହାଯାଉଛି କି ମୁକେଶ ଓ ନୀତା ସାନପୁଅ ଅନନ୍ତଙ୍କୁ ଦୁବାଇର ଜୁମେରାହରେ ଏକ ବିଚ ଭିଲା ଉପହାର ଦେଇଛନ୍ତି। ଯାହାର ମୂଲ୍ୟ ୬୪୦କୋଟି ଟଙ୍କା ହେବ ବୋଲି କୁହାଯାଉଛି।

୨୦୧୯ରେ ଆକାଶ ଅମ୍ବାନି ଓ ଶ୍ଳୋକାଙ୍କ ବିବାହରେ ଅମ୍ବାନି ଦମ୍ପତି ବଡ଼ ବୋହୂକୁ ୪୫୧କୋଟି ଟଙ୍କାର ଏକ ହୀରାର ହାର ଦେଇଥିଲେ। ସେହିପରି ଗତବର୍ଷ ରାଧିକା ଓ ଅନନ୍ତଙ୍କ  ନିର୍ବନ୍ଧରେ ମୁକେଶ ଓ ନୀତା ୪.୫ କୋଟି ଟଙ୍କାର ଏକ କାର ଉପହାର ଦେଇଥିଲେ।

୨୦୨୨ରେ ନୀତା ରାଧକାଙ୍କୁ ଖୁବ ସୁନ୍ଦର ହୀରାର ଏକ ହାର ଉପହାରରେ ଦେଇଥି‌ଲେ। ଯାହାକୁ ରାଧିକା ସୋନମ କପୁରଙ୍କ ବିବାହ ଭୋଜିରେ ପିନ୍ଧି ଯାଇଥିଲେ।