ରେଟିଂ ଏଜେନ୍ସିକୁ ପ୍ରାଧାନ୍ୟ ଦେଲେ ଅର୍ଥନୀତି ପାଇଁ ପଦକ୍ଷେପ ନେଇହେବନି: ରାଜନ୍‌

ନୂଆଦିଲ୍ଲୀ: କରୋନା ଭଳି ମହାମାରୀ ସମୟରେ ରେଟିଂ ଏଜେନ୍ସିଙ୍କ କଥାକୁ ଅଧିକ ପ୍ରାଧାନ୍ୟ ଦେଲେ ଅର୍ଥନୀତି ପାଇଁ ଆବଶ୍ୟକ ହେଉଥିବା ପଦକ୍ଷେପ ନେବା ସମ୍ଭବ ହେବନାହିଁ। ଏହା କହିଛନ୍ତି ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ରଘୁରାମ୍ ରାଜନ୍‌। କରୋନା ମହାମାରୀ ଜନିତ ଆର୍ଥିକ ସଂକଟ ଦୂରହେବା ପରେ ଦେଶ ବିତ୍ତୀୟ ଶୃଙ୍ଖଳା ପଥକୁ ଫେରିବ ବୋଲି ଉଭୟ ଘରୋଇ ଏବଂ ବିଦେଶୀ ନିବେଶକଙ୍କୁ ବର୍ତ୍ତମାନ ବୁଝାଇବାକୁ‌ ପଡ଼ିବ। ମଧ୍ୟମ ଅବଧିରେ ଆମେ ବିତ୍ତୀୟ ଶୃଙ୍ଖଳା ପଥକୁ ଫେରିବୁ ବୋଲି ସରକାର ନିବେଶକମାନଙ୍କୁ ବୁଝାଇବା ଉପରେ ଦୃଷ୍ଟି ଦେବା ଉଚିତ ବୋଲି ଏକ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ରାଜନ୍ ମତ ଦେଇଛନ୍ତି।

ସମ୍ବନ୍ଧିତ ଖବର