ମଧ୍ୟବିତ୍ତଙ୍କ ପାଖରେ ଭଲ ଚାକିରି ରହିବ ନାହିଁ: ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର

ନୂଆଦିଲ୍ଲୀ: କରୋନା ଭୂତାଣୁ ସଙ୍କଟ ପରେ ଅର୍ଥନୀତିରେ ଏକ ବଡ ସମସ୍ୟା ଦେଖାଦେଇପାରେ | ଏମିତି ଏକ ସମୟ ଆସିବ ଯେତେବେଳେ ନିମ୍ନ ମଧ୍ୟବିତ୍ତ ଏବଂ ମଧ୍ୟବିତ୍ତଙ୍କ ଭଲ ଚାକିରି ରହିବ ନାହିଁ। କଂ‌ଗ୍ରେସ ନେତା ରାହୁଲ ଗାନ୍ଧୀ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ରଘୁରାମ୍ ରାଜନ୍‌ଙ୍କର ସାକ୍ଷାତକାର ନେଇଛନ୍ତି। ଆଜି କଂଗ୍ରେସର ସୋସିଆଲ ମିଡିଆ ପ୍ଲାଟଫର୍ମରେ ଏହା ପ୍ରସାରିତ ହୋଇଛି । ରାଜନ୍‌ଙ୍କୁ ରାହୁଲ କରୋନା, ଅର୍ଥନୀତି ଏବଂ ଭାରତର ସାମାଜିକ ପରିବର୍ତ୍ତନ ସମ୍ପର୍କରେ କେତେକ ପ୍ରଶ୍ନ ପଚାରିଥିଲେ। ଯାହାର ଉତ୍ତର ରାଜନ୍ ରଖିଛନ୍ତି।

ଏହି ଆଲୋଚନାରେ ରଘୁରାମ ରାଜନ କହିଛନ୍ତି, ‘ଲୋକଙ୍କ ଜୀବନରେ ଉନ୍ନତି ଆଣିବା ପାଇଁ ଆମର ଏକ ଉପାୟ ଅଛି। ଖାଦ୍ୟ, ସ୍ୱାସ୍ଥ୍ୟ ଶିକ୍ଷା ଉପରେ ଅନେକ ରାଜ୍ୟ ଏକ ଭଲ କାମ କରିଛନ୍ତି, କିନ୍ତୁ ସବୁଠାରୁ ବଡ ଆହ୍ୱାନ ହେଉଛି ନିମ୍ନ ମଧ୍ୟବିତ୍ତ ଏବଂ ମଧ୍ୟବିତ୍ତଙ୍କ ପାଇଁ, ଯେଉଁମାନଙ୍କର ଭଲ ଚାକିରି ରହିବ ନାହିଁ। ପାଖାପାଖି ୧୦ କୋଟି ଲୋକ ଚାକିରି ହରାଇପାରନ୍ତି |


ସେ କହିଛନ୍ତି ଯେ ଗରିବ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଡାଇରେକ୍ଟ ବେନିଫିଟ ଟ୍ରାନ୍ସଫରର ଲାଭ ଉଠାଇବାକୁ ପଡ଼ିବ । ପେନ୍ସନ୍, ମନରେଗା ଯୋଜନା ଦ୍ୱାରା ଲାଭ ଦେବାକୁ ପଡିବ | ଲୋକଙ୍କ ପାଖରେ ଚାକିରି ନାହିଁ, ପରବର୍ତ୍ତୀ ତିନି-ଚାରି ମାସ ଅନିଶ୍ଚିତ ସ୍ଥିତି ଥିବାରୁ ଆମକୁ ସେମାନଙ୍କୁ ସମର୍ଥନ କରିବାକୁ ପଡିବ | ପ୍ରାୟ ୬୫୦୦୦ କୋଟି ଟଙ୍କା ଖର୍ଚ୍ଚ ଗରିବ ଲୋକଙ୍କୁ ସାହାଯ୍ୟ କରିପାରିବା | ଭାରତର ଜିଡିପି ୨୦୦ ଲକ୍ଷ କୋଟି ଥିବାରୁ ଆମେ ଏହା କରିପାରିବା | ଗରିବ ଲୋକଙ୍କ ଜୀବନ ବଞ୍ଚାଇବାକୁ ଏଭଳି କରାଯିବା ଉଚିତ୍ |

ସମ୍ବନ୍ଧିତ ଖବର