ରାଜନୀତିରେ ପାଦ ଦେବା ନେଇ ପଚରାଯାଇଥିବା ପ୍ରଶ୍ନକୁ ନେଇ ମଜାଦାର ଉତ୍ତର ରଖିଲେ ରଘୁରାମ ରାଜନ: ମୋ ପତ୍ନୀ ମୋତେ ଛାଡ଼ି ଚାଲିଯିବେ

ନୂଆଦିଲ୍ଲୀ : ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆର ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନ ରାଜନୀତିରେ ଯୋଗ ଦେବା ନେଇ ପ୍ରଶ୍ନରେ ଯେଉଁ ମଜାଦାର ଉତ୍ତର ରଖିଛନ୍ତି, ତାହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଗୁରୁବାର ଚେନ୍ନାଇର ଏକ ବିଶ୍ୱବଦ୍ୟାଳୟରେ ଡ଼କାଯାଇଥିବା ବୈଠକରେ ଯୋଗ ଦେଇ ସେ ଅନେକ ପ୍ରଶ୍ନର ଉତ୍ତର ରଖିଥିଲେ । ଏବେ ରାଜନୀତିରେ ବିଭିନ୍ନ ପେସାର ଲୋକ ଯୋଗ ଦେଉଥିବା ବେଳେ ତାଙ୍କର ସେଭଳି କିଛି ଯୋଜନା ରହିଛି କି? ବୋଲି ପ୍ରଶ୍ନ କରାଯିବା ପରେ ହସିବାକୁ ଲାଗିଥିଲେ ରଘୁରାମ ରାଜନ । ଏହା ପରେ ଉତ୍ତର ଦେଇ ନାଁ ବୋଲି କହିବା ସହ ରାଜନୀତିରେ ଯୋଗ ଦେଲେ ମୋ ପତ୍ନୀ ମୋତେ ଛାଡ଼ି ଚାଲିଯିବେ । ମୋର ରାଜନୀତିକୁ ନେଇ କୌଣସି ଅଭିଜ୍ଞତା ନାହିଁ । ଯିଏ ଭାଷଣ ଦେଇ ଭୋଟ୍‌ ମାଗି ପାରିବ, ସେ ରାଜନୀତି କରି ପାରିବ ବୋଲି କହିଥିଲେ ରାଜନ ।

oneindia.com

ଭାରତ ଫେରିବା ନେଇ ପ୍ରଶ୍ନ କରାଯିବା ପରେ, ଯଦି ମୋର କୌଣସି କାମରେ ଆବଶ୍ୟକତା ରହିବ, ତେବେ ମୁଁ ନିଶ୍ଚୟ ସାହାଯ୍ୟ କରିବି । ଅନେକ ସମୟରେ ଲୋକେ ମୋଠାରୁ କିଛି ବିଷୟରେ ଉପଦେଶ ଚାହିଁଥାନ୍ତି । ଉପଦେଶ ଦେଇ ମୁଁ ଖୁସି ଅନୁଭବ କରିଥାଏ ବୋଲି କହିଥିଲେ ରାଜନ ।

ସମ୍ବନ୍ଧିତ ଖବର