ଇଣ୍ଡି‌ଗୋର ସହ ପ୍ରତି‌ଷ୍ଠାତା ରାହୁଲ ଭାଟିଆ ଏମ୍‌ଡି ନିଯୁକ୍ତ

ନୂଆଦିଲ୍ଲୀ: ଏୟାର ଇଣ୍ଡିଆକୁ ଟାଟା ଗ୍ରୁପ ନିଜ ଅଧୀନକୁ ନେବାପରେ ଏବେ ବିମାନ ସେବା କ୍ଷେତ୍ରରେ ଅଧିକ ପ୍ରତିଯୋଗିତା ହେବ ବୋଲି ଆଶା କରାଯାଉଛି। ଏହି ପ୍ରତିଯୋଗିତାରେ ନିଜ ନିଜର ସ୍ଥିତି ବଜାୟ ରଖିବା ପାଇଁ କମ୍ପାନିଗୁଡ଼ିକ ସତର୍କ ହୋଇଯାଇଛନ୍ତି। ଏଥିପାଇଁ ସେମାନେ ପ୍ରସ୍ତୁତି ମଧ୍ୟ ଆରମ୍ଭ କରିଦେଇଛନ୍ତି। ଏହି କ୍ରମରେ ଭାରତର କମ୍ ବଜେଟ୍ ବିମାନସେବା ପ୍ରଦାନକାରୀ କମ୍ପାନି ଇଣ୍ଡିଗୋର ସହ ପ୍ରତିଷ୍ଠାତା ରାହୁଲ ଭାଟିଆଙ୍କୁ କମ୍ପାନିର ଏମ୍‌ଡି ଭାବେ ନିଯୁକ୍ତି ଦିଆଯାଇଛି। ଏୟାରଲାଇନ୍ସର ସଂପ୍ରସାରଣ ଦିଗରେ ସେ କାର୍ଯ୍ୟ କରିବେ ଏବଂ କମ୍ପାନି ପାଇଁ ଦୀର୍ଘମିଆଦି ଯୋଜନା ପ୍ରସ୍ତୁତ କରିବେ। ଇଣ୍ଡିଗୋର ଅଧ୍ୟକ୍ଷ ଏମ୍ ଦାମୋଦରନ କହିଛନ୍ତି ଏହାଦ୍ବାରା ଇଣ୍ଡିଗୋ ଅଧିକ ସୁଦୃଢ଼ ହେବ। ଭାଟିଆ ଏୟାରଲାଇନ୍ସର ସମସ୍ତ ଦିଗକୁ ଦେଖିବେ ଏବଂ ପରିଚାଳନା ଟିମ୍‌ର ନେତୃତ୍ବ ସକ୍ରିୟଭାବେ ନେ‌େବ ବୋଲି ଦାମୋଦରନ କହିଛନ୍ତି।

ସମ୍ବନ୍ଧିତ ଖବର