ନୂଆଦିଲ୍ଲୀ : କଂଗ୍ରେସ ନେତା ରାହୁଲ ଗାନ୍ଧୀ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ରଘୁରାମ୍ ରାଜନ୍ଙ୍କର ସାକ୍ଷାତକାର ନେଇଛନ୍ତି। ୩୦ ତାରିଖ (ଗୁରୁବାର) ସକାଳ ୯ଟାରେ ଭାରତୀୟ ଜାତୀୟ କଂଗ୍ରେସର ସୋସିଆଲ ମିଡିଆ ପ୍ଲାଟଫର୍ମରେ ଏହା ପ୍ରସାରିତ ହେବ। ରାଜନ୍ଙ୍କୁ ରାହୁଲ କରୋନା, ଅର୍ଥନୀତି ଏବଂ ଭାରତର ସାମାଜିକ ପରିବର୍ତ୍ତନ ସମ୍ପର୍କରେ କେତେକ ପ୍ରଶ୍ନ ପଚାରିଛନ୍ତି। ଏହାର ଉତ୍ତର ମଧ୍ୟ ରାଜନ୍ ରଖିଛନ୍ତି। କରୋନା ଭୂତାଣୁର ପ୍ରଭାବ ଭାରତ ଉପରେ କିଭଳି ରହିବ ବୋଲି ପ୍ରଶ୍ନରେ ରାଜନ୍ କହିଛନ୍ତି ଭାରତୀୟ ଶିଳ୍ପ ଏବଂ ଯୋଗାଣ ଶୃଙ୍ଖଳ ଆଦି ପାଇଁ ବର୍ତ୍ତମାନ ପରିପ୍ରେକ୍ଷୀରେ ଆସିଥିବା ସୁଯୋଗ ଭାରତ ନେବା ଆବଶ୍ୟକ। ଗରିବଙ୍କ ସହାୟତା ପାଇଁ କେତେ ଅର୍ଥ ଆବଶ୍ୟକ ବୋଲି ପ୍ରଶ୍ନରେ ରାଜନ୍ ୬୫ ହଜାର କୋଟି ଟଙ୍କା ବୋଲି କହିଛନ୍ତି। ଭାରତ ବର୍ତ୍ତମାନ ପରିପ୍ରେକ୍ଷୀରେ ଏକ ଦୂରଦୃଷ୍ଟିର ଆବଶ୍ୟକତା ରଖୁଛି। ସେହି ଦୂରଦୃଷ୍ଟି କ’ଣ? ରାଜନ୍ କହିଛନ୍ତି, ଭାରତର ଅଭିବୃଦ୍ଧି କମୁଛି। କିନ୍ତୁ ଶ୍ରମ ବଜାରରେ ଅଧିକ ସଂଖ୍ୟକ ଲୋକ ପ୍ରବେଶ କରୁଛନ୍ତି। ତେଣୁ ଉତ୍ତମ ମାନର ନିଯୁକ୍ତି ସୁଯୋଗ ମିଳୁଥିବା ଅଭିବୃଦ୍ଧିର ଆବଶ୍ୟକତା ରହିଛି ବୋଲି ରାଜନ୍ କହିଛନ୍ତି।
ରାଜନ୍ଙ୍କ ସାକ୍ଷାତକାର ନେଲେ ରାହୁଲ, ପ୍ରସାରଣ ଆଜି
/sambad/media/post_attachments/wp-content/uploads/2020/04/Rahul-Gandhi-Raghuram-Rajan-380x214.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)