ନୂଆଦିଲ୍ଲୀ: ଫ୍ରାନ୍ସଠାରୁ ରାଫେଲ୍ ବିମାନ କିଣା ପରେ ନିରବ ମୋଦୀ ଓ ମେହୁଲ୍ ଚୋକ୍ସିଙ୍କ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଠକେଇକୁ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ଏବେ ନିର୍ବାଚନୀ ପ୍ରସଙ୍ଗ କରିଛନ୍ତି। ଏହି ବ୍ୟାଙ୍କ ଠକେଇ ମାମଲାରେ ରାହୁଲ୍ଙ୍କ ଟାର୍ଗେଟ୍କୁ ଆସିଯାଇଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟ୍ଲୀ। ବ୍ୟାଙ୍କକୁ ଠକି ବିଦେଶ ପଳାଇଥିବା ମେହୁଲ ଚୋକ୍ସିଙ୍କ କମ୍ପାନିର ପେ-ରୋଲ୍ରେ ଜେଟ୍ଲୀଙ୍କ ଝିଅ ନାମ ରହିଛି। ମେହୁଲ୍ଙ୍କ ବ୍ୟାଙ୍କ ଆକାଉଣ୍ଟରୁ ଜେଟ୍ଲୀଙ୍କ ଝିଅ ଆକାଉଣ୍ଟକୁ ଟଙ୍କା ପଠାଯାଇଛି ବୋଲି ରାହୁଲ ଦାବି କରିଛନ୍ତି।
ଛତିଶଗଡ଼ରେ ଆୟୋଜିତ ଏକ ନିର୍ବାଚନୀ ରାଲିରେ ଯୋଗଦେଇ କଂଗ୍ରେସ ସଭାପତି କହିଛନ୍ତି, ଆପଣମାନେ ନିରବ ମୋଦୀ ଓ ମେହୁଲ୍ ଚୋକ୍ସିଙ୍କ ବିଷୟରେ ଶୁଣିଛନ୍ତି। ସେମାନେ ଦେଶରୁ ୩୫ ହଜାର କୋଟି ଟଙ୍କା ଚୋରି କରି ବିଦେଶ ପଳାଇଛନ୍ତି। ଜେଟ୍ଲୀଙ୍କ ଝିଅ ଆକାଉଣ୍ଟରେ ପିଏନ୍ବି ଠକେଇର ଅଭିଯୁକ୍ତ ଚୋକ୍ସି ଲକ୍ଷ ଲକ୍ଷ ଟଙ୍କା ଜମା କରିଛନ୍ତି ବୋଲି ରାହୁଲ କହିଛନ୍ତି। ଚୋର ମେହୁଲ୍ େଚାକ୍ସିଙ୍କ ଠାରୁ ଝିଅ ଅର୍ଥ ପାଉଥିବାରୁ ବାପା ଜେଟଲୀ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନକୁ ଚପାଇ ଦେଇଥିଲେ। ଫଳରେ ମେହୁଲ ବିଦେଶ ପଳାଇବାକୁ ସମର୍ଥ ହୋଇଥିଲେ। ଆଇସିଆଇସିଆଇ ବ୍ୟାଙ୍କର ୧୨୧୭୦୫୦୦୩୧୬ ନମ୍ବର ବ୍ୟାଙ୍କ ଆକାଉଣ୍ଟରୁ ଜେଟଲୀଙ୍କ ଝିଅ ଟଙ୍କା ଗ୍ରହଣ କରିଛନ୍ତି। ତେବେ କଂଗ୍ରେସର ବରିଷ୍ଠ ନେତାମାନେ ଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀରେ ଏ ସଂକ୍ରାନ୍ତରେ ବିସ୍ତୃତ ତଥ୍ୟ ପ୍ରଦାନ କରିଥିଲେ ମଧ୍ୟ କୌଣସି ପ୍ରମୁଖ ଗଣମାଧ୍ୟମ ଏହାକୁ ପ୍ରକାଶ କରି ନଥିଲେ ବୋଲି ରାହୁଲ କ୍ଷୋଭ ପ୍ରକାଶ କରିଥିଲେ। ଗଣମାଧ୍ୟମର କାର୍ଯ୍ୟ ସତ୍ୟକୁ ଲୋକଲୋଚନକୁ ଆଣିବା ହୋଇଥିବା ବେଳେ କୌଣସି ଗଣମାଧ୍ୟମ ଏହାକୁ ପ୍ରକାଶ ନକରିବା ଦୁର୍ଭାଗ୍ୟପୂର୍ଣ୍ଣ ବିଷୟ ବୋଲି ସେ କହିଛନ୍ତି।
ଛତିଶଗଡ଼ରେ ନିର୍ବାଚନୀ ପ୍ରଚାର କରୁଥିବା ରାହୁଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମଧ୍ୟ ରାଫେଲ ପ୍ରସଙ୍ଗରେ ସମାଲୋଚନା କରିଛନ୍ତି।
ରାହୁଲଙ୍କ ଟାର୍ଗେଟରେ ଜେଟଲୀ
‘ମେହୁଲ୍ଙ୍କ ଆକାଉଣ୍ଟରୁ ଟଙ୍କା ନେଇଛନ୍ତି ଜେଟ୍ଲୀଙ୍କ ଝିଅ’
/sambad/media/post_attachments/wp-content/uploads/2018/10/rahul-jetly.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)