ମନେଟାଇଜେସନ୍ ଯୋଜନାକୁ ରାହୁଲଙ୍କ ସମାଲୋଚନା

ନୂଆଦିଲ୍ଲୀ: କେନ୍ଦ୍ର ସରକାର ‌ଘୋଷଣା କରିଥିବା ଜାତୀୟ ମନେଟାଇଜେସନ୍ ପାଇପ୍‌ଲାଇନ୍‌କୁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ସମାଲୋଚନା କରିଛନ୍ତି। ସାଧାରଣ ଜନତାଙ୍କ ଅର୍ଥ‌ରେ ଦୀର୍ଘ ୭୦ ବର୍ଷ ଭିତରେ ସରକାର ଯେଉଁ ମୂଲ୍ୟବାନ ସମ୍ପତ୍ତି ସୃଷ୍ଟି କରିଥିଲେ ତାହାକୁ ମୋଦୀ ସରକାର ବିକ୍ରି କରିବା ପ୍ରକ୍ରିୟା ଆରମ୍ଭ କରିଛନ୍ତି। ସେ କହିଛନ୍ତି ଯେ ମୋଦୀ ସରକାର ଅଭିଯୋଗ କରୁଛନ୍ତି ଯେ ବିଗତ ୭୦ ବର୍ଷରେ କିଛି ହୋଇନି। କିନ୍ତୁ ଏହି ସବୁ ବର୍ଷରେ ସୃଷ୍ଟି ହୋଇଥିବା ସମ୍ପତ୍ତିକୁ କିନ୍ତୁ ବିକ୍ରି କରିବାକୁ ଚାହୁଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ ମୋଦୀ ସରକାର ପ୍ରମୁଖ କ୍ଷେତ୍ରଗୁଡ଼ିକରେ ଏକଛତ୍ରବାଦ ସୃଷ୍ଟି କରିବାକୁ ଚାହୁଛନ୍ତି ଯାହା ନିଯୁକ୍ତି ହାନିର କାରଣ ହେବ। କଂଗ୍ରେସ ଘରୋଇକରଣକୁ ବିରୋଧ କରୁନାହିଁ, କିନ୍ତୁ ସେଥିପାଇଁ ଏକ ନିର୍ଦିଷ୍ଟ ରଣନୀତି ରହିବା ଦରକାର। ପ୍ରଥମେ ରେଳ କିମ୍ବା ପ୍ରତିରକ୍ଷା ଭଳି ଗୁରୁତ୍ବପୂର୍ଣ୍ଣ ସମ୍ପତ୍ତି ବିକ୍ରି ହେବା ଅନୁଚିତ। ମନେଟାଇଜେସନ୍ ଯୋଜନା ଜରିଆରେ କେବଳ ଦେଶର ପ୍ରମୁଖ ସମ୍ପତ୍ତିକୁ ଉପହାର ସୂତ୍ରରେ ଦିଆଯାଉନାହିଁ ବରଂ ଯୁବକଯୁବତୀଙ୍କ ଲାଗି ଭବିଷ୍ୟତର ନିଯୁକ୍ତି ନଷ୍ଟ କରାଯାଉଛି।

ସମ୍ବନ୍ଧିତ ଖବର