ରେଳବାଇର ମଜାଦାର ଟୁଇଟ୍‌

ନୂଆଦିଲ୍ଲୀ: ବିବାଦୀୟ ପ୍ରସଙ୍ଗରୁ ଲାଭ ଉଠାଇବାକୁ ପ୍ରୟାସ କରି ମଜାଳିଆ ଟୁଇଟ୍ କରିଛି ଭାରତୀୟ ରେଳ। ଟୁଇଟ୍‌ରେ ରେଳବାଇ ଲେଖିଛି ଯେ, ‘ବିମାନ ପାଇଁ ୱେବ୍ ଚେକ୍ ଇନ୍ ପାଇଁ କାହିଁକି ପ୍ରିମିୟମ୍ ଗଣିବେ… ଯେତେବେଳେ ଆପଣ ସହଜରେ ଏକ ଟ୍ରେନ୍‌ରେ ଯାତ୍ରା କରିପାରିବେ’। ଗତକାଲି ଇଣ୍ଡିଗୋ ଏୟାରଲାଇନ୍ସ ୱେବ ଚେକ୍-ଇନ୍ ଉପରେ ଶୁଳ୍କ ଲଗାଇବା ପରେ ତାହାକୁ ନେଇ ବିବାଦ ଦେଖାଦେଇଥିଲା। ‌ସେହି ପ୍ରସଙ୍ଗକୁ ନେଇ ଟୁଇଟ୍‌ କରି ଭାରତୀୟ ରେଳ ଯାତ୍ରୀମାନଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ପ୍ରୟାସ କରିଛି। ଯାତ୍ରୀଙ୍କୁ ରେଳ ପ୍ରତି ଆକର୍ଷିତ କରିବାର କୌଣସି ସୁଯୋଗକୁ ହାତ ଛଡ଼ା କରୁନାହିଁ ରେଳବାଇ। ସେହି ସମୟରେ ରେଳ ମନ୍ତ୍ରଣାଳୟ ପକ୍ଷରୁ ଏହାର ଫେସବୁକ୍ ପେଜ୍‌ ମଧ୍ୟ ଚେକ୍ ଇନ୍‌କୁ ନେଇ ବାର୍ତା ପୋଷ୍ଟ କରାଯାଇଛି। ତାହା ହେଉଛି ‘ୱେବ୍ ଚେକ୍ ଇନ୍ ପାଇଁ କୌଣସି ଶୁଳ୍କ ଗଣିବାକୁ ପଡ଼ିବନି। ଆପଣଙ୍କ ଲଗେଜ୍ ଚେକ୍ ଇନ୍ ପାଇଁ ଲମ୍ବା ଧାଡ଼ିରେ ଠିଆ ହେବାକୁ ପଡ଼ିବନି। ଅନୁଚିତ ଶୁଳ୍କ ଏଡ଼ାନ୍ତୁ ଓ ସୁଲଭ ମୂଲ୍ୟରେ ରେଳରେ ଯାତ୍ରା କରି ଅଙ୍ଗାରକାମ୍ଳ ନିର୍ଗମନ କମ୍ କରନ୍ତୁ।’

ସମ୍ବନ୍ଧିତ ଖବର