ଟ୍ରେନ୍‌ ଭିତରୁ ମହିଳା ଯାତ୍ରୀଙ୍କଠାରୁ ଲୁଟେରା ଝାମ୍ପିନେଲା ସୁନା ବ୍ୟାଗ୍‌; ରେଳବାଇ ଦେଲା ୪.୫ ଲକ୍ଷ ଟଙ୍କାର କ୍ଷତିପୂରଣ

ବେଙ୍ଗାଲୁର: ନିଜ ପରିବାର ସହ ୨୦୧୪ ମସିହା ଫେବ୍ରୁଆରି ୨୧ ତାରିଖରେ ଗରିବ ନଓ୍ଵାଜ୍‌ ଏକ୍ସପ୍ରେସ୍‌ରେ ବେଙ୍ଗାଲୁରରୁ ରାଜସ୍ଥାନ ଯାତ୍ରା କରୁଥିଲେ ରମିଲା ଦେବୀ। ଟ୍ରେନ୍‌ ଚାଲିବା ଆରମ୍ଭ ହେଉ ହେଉ ରମିଲା ନିଜର ପାଣି ବଟଲ୍‌ ଟେକା ଟେକି କରି ରଖିବା ସମୟରେ ଟିକେ ଅନ୍ୟମନସ୍କ ହୋଇଗଲେ। ସେହି ସମୟରେ ଜଣେ ବ୍ୟକ୍ତି ଉପର ବର୍ଥରୁ ତଳକୁ ଓହ୍ଲାଇଲେ। ସେ ରମିଲାଙ୍କ ବ୍ୟାଗ୍‌ ଝାମ୍ପି ନେଇ ଟ୍ରେନ୍‌ରୁ ତଳକୁ ଡେଇଁ ପଳାଇଲେ। ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ରମିଲାଙ୍କର ଯେଉଁ ବ୍ୟାଗ୍‌ ଧରି ବ୍ୟକ୍ତି ଜଣକ ପଳାଇଥିଲେ ସେଥିରେ ୪୮୮ ଗ୍ରାମ ସୁନା ଅଳଙ୍କାର ଥିଲା। ଏହା ସହ ୯୦ ହଜାର ଟଙ୍କା ମଧ୍ୟ ଥିଲା।

ରମିଲାଙ୍କ ସ୍ୱାମୀ ତୁରନ୍ତ ଟ୍ରେନ୍‌ ଅଟକାଇବା ପାଇଁ ଟ୍ରେନ୍‌ ଚେନ୍‌ ଟାଣିଥିଲେ। ଫଳରେ ଟ୍ରେନ୍‌ଟି ଅଟକି ଯାଇଥିଲା। ରମିଲାଙ୍କ ସ୍ୱାମୀ ତା’ପରେ ଟିଟିଇଙ୍କୁ ଡାକି ଚୋରି ବିଷୟରେ ସୂଚୀତ କରିଥିଲେ। ମାତ୍ର କୌଣସି ଲାଭ ହେଲା ନାହିଁ। ସେ ପରେ ପୁଲିସ୍‌ରେ ଅଭିଯୋଗ ଆଣିବା ପରେ ବି ମାମଲା ଆଗେଇଲା ନାହିଁ। ଶେଷର ରମିଲାଙ୍କ ପରିବାର ଲୋକ ନଭେମ୍ବର ୨୭ ତାରିଖରେ ବାଙ୍ଗାଲୋର ଏକ ଜିଲ୍ଲା ଖାଉଟି ଅଦାଲତରେ ଅଭିଯୋଗ ଆଣିଥିଲେ। ଏହି ମାମଲାର ଶୁଣାଣି କରି ଖାଉଟି ଅଦାଲତ ନିଜର ରାୟ ଶୁଣାଇବା ପରେ ରେଳବାଇ ରମିଲାଙ୍କୁ ୪.୫ ଲକ୍ଷ ଟଙ୍କା କ୍ଷତିପୂରଣ ଦେଇଛି।

ସମ୍ବନ୍ଧିତ ଖବର