ନୂଆଦିଲ୍ଲୀ: ରେଳବାଇ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବାକୁ ବିମାନ ବନ୍ଦର ଭଳି ସୁରକ୍ଷା ବ୍ୟବସ୍ଥା ଲାଗୁ କରିବାକୁ ଯୋଜନା କରୁଛି। ଏହା ଜରିଆରେ ଯାତ୍ରୀଙ୍କୁ ଟ୍ରେନ୍ ଧରିବାର ପ୍ରସ୍ଥାନର ନିଶ୍ଚିତ ସମୟର ୧୫ରୁ ୨୦ ମିନିଟ୍ ପୂର୍ବରୁ ରେଳ ଷ୍ଟେସନ୍ରେ ପହଞ୍ଚିବାକୁ ପଡ଼ିବ। କାରଣ ସୁରକ୍ଷା ଯାଞ୍ଚର ପ୍ରକ୍ରିୟା ପୂରା କରାଯାଇ ପାରିବ। ହାଏ ଆଣ୍ଡ ଟେକ୍ନୋଲୋଜି ସହିତ ଏହି ବ୍ୟବସ୍ଥା ବର୍ତ୍ତମାନ ଆଲହାବାଦ ରେଲେଓ୍ଵ ଷ୍ଟେସନ୍ରେ ଲାଗୁ କରାଯାଇଛି। ଯେଉଁଠାରେ କୁମ୍ଭ ମେଳା ଅବସରରେ ପ୍ରବଳା ମାତ୍ରାରେ ଯାତ୍ରୀ ପହଞ୍ଚିବାର ଅଛି। କୁମ୍ଭ ମେଳାର ଆରମ୍ଭ ଏହି ମାସରେ ୧୫ରୁ ହେବାର ଅଛି।
ଏତଦ୍ ବ୍ୟତୀତ କର୍ଣ୍ଣାଟକ ହୁବଳି ରେଲେଓ୍ଵ ଷ୍ଟେସନ୍ରେ ଏଭଳି ସୁରକ୍ଷା ବ୍ୟବସ୍ଥା ଲାଗୁ କରାଯିବ। ଷ୍ଟେସନ୍ରେ ପାଇଲଟ ପ୍ରୋଜେକ୍ଟ ଜରିଆରେ ଏହି ବ୍ୟବସ୍ଥା ଆରମ୍ଭ କରାଯିବ। ଏହାପରେ ଦେଶର ୨୦୨ ଷ୍ଟେସନ୍ରେ ଏହି ସୁରକ୍ଷା ବ୍ୟବସ୍ଥା ଆରମ୍ଭ ହେବ ବୋଲି ରେଳେଓ୍ଵ ପ୍ରୋଟେକ୍ସନ୍ ଫୋର୍ସର ଡିଜିପି ଜେନେରାଲ ଅରୁଣ କୁମାର ସୂଚନା ଦେଇଛନ୍ତି।