ରେଳବାଇର ଘରୋଇକରଣ ହେବନି:ମନ୍ତ୍ରୀ

ନୂଆଦିଲ୍ଲୀ: ରେଳବାଇର ଘରୋଇକରଣ ହେବ ନାହିଁ। ଏବେ ନୁହେଁ କି କେବେ ବି ନୁହେଁ ବୋଲି ରେଳମନ୍ତ୍ରୀ ପୀୟୁଷ ଗୋୟଲ କହିଛନ୍ତି। ରେଳବାଇର ପ୍ରଯୁକ୍ତିରେ ଉନ୍ନତି ଓ ଆଧୁନିକୀକରଣ ପାଇଁ ବୈଦେଶିକ ପୁଞ୍ଜି ଆହ୍ଵାନ କରାଯାଉଥିବାରୁ ରେଳବାଇର ଘରୋଇକରଣ ହୋଇପାରେ ବୋଲି ଚର୍ଚା ହେଉଛି। ରେଳବାଇର ଏକ ସଂଘ ଏଭଳି ଆଶଙ୍କା ପ୍ରକଟ କରିଥିଲା।

ସମ୍ବନ୍ଧିତ ଖବର