ଭାରତୀୟ ରେଳରେ ନିଯୁକ୍ତି ସୁଯୋଗ: ୧୧୨୦ ସବ୍‌ଇନ୍‌ସ୍ପେକ୍ଟର ପଦବି ପାଇଁ ଜୁନ୍‌ ୧ରୁ ଆବେଦନ ଆରମ୍ଭ

ମିଳିବ ସପ୍ତମ ବେତନ ଆୟୋଗ ଅନୁସାରେ ଦରମା

ନୂଆଦିଲ୍ଲୀ: ରେଲେଓ୍ଵ ପ୍ରୋଟେକ୍ସନ ଫୋର୍ସ(ଆର୍‌ପିଏଫ୍‌) ଏବଂ ରେଲେଓ୍ଵ ପ୍ରୋଟେକ୍ସନ ସ୍ପେସିଆଲ୍‌ ଫୋର୍ସ(ଆର୍‌ପିଏସ୍‌ଏଫ୍‌) ର ୧୧୨୦ ପଦ ପାଇଁ  ନିଯୁକ୍ତି ଲାଗି ଭାରତୀୟ ରେଳ  ଅନ୍‌ଲାଇନ୍‌ ଆବେଦନ ଘୋଷଣା କରିଛି। ଖାଲି ଥିବା ସବ୍‌-ଇନ୍‌ସ୍ପେକ୍ଟର ପଦ ଲାଗି ବିଜ୍ଞାପନ ଜାରି ହୋଇଛି। ଚାକିରି ପାଇବା ପରେ ନବନିଯୁକ୍ତମାନଙ୍କୁୂ ସପ୍ତମ ବେତନ ଆୟୋଗର ସୁପାରିସ ଆଧାରରେ ଦରମା ମିଳିବ। ସେଥିପାଇଁ କମ୍ପ୍ୟୁଟର୍‌ ଆଧାରିତ ସିବିଟି ପରୀକ୍ଷା  ଆୟୋଜିତ କରାଯିବ। ଜାରି କରା ଯାଇଥିବା ସୂଚନା ଅନୁସାରେ  ୮୧୯ ପଦ ପାଇଁ ପୁରୁଷ ପ୍ରାର୍ଥୀ ଏବଂ ୩୦୧ ପଦ ପାଇଁ ମହିଳା ପ୍ରାର୍ଥୀଙ୍କ  ନିଯୁକ୍ତି ହେବ।

ଯୋଗ୍ୟତା: କୌଣସି ବି ମାନ୍ୟତାପ୍ରାପ୍ତ ସଂସ୍ଥା କିମ୍ବା ୟୁନିଭରସିଟିରୁ ଗ୍ରାଜୁଏସନ୍‌ କରିଥିବା ଛାତ୍ରଛାତ୍ରୀ ଏହି ପଦ ପାଇଁ ଆବେଦନ କରିପାରିବେ। ଆବେଦନକାରୀଙ୍କ ବୟସ ସୀମା ୨୦ରୁ ୨୫ ବର୍ଷ ମଧ୍ୟରେ ଧାର୍ଯ୍ୟ କରାଯାଇଛି।

ଆବେଦନ ତାରିଖ: ଆଗାମୀ ଜୁନ୍‌ ୧ ତାରିଖରୁ ଅନ୍‌ଲାଇନ୍‌ ଜରିଆରେ ଆବେଦନ କରିହେବ।

ଆବେଦନର ଶେଷ ତାରିଖ: ଜୁନ୍‌ ୩୦ ଭିତରେ ଆବେଦନ କରିବାକୁ ହେବ। ତା’ପରେ ଆବେଦନ ପ୍ରକ୍ରିୟା ବନ୍ଦ ହୋଇଯିବ।

ଫିସ୍‌ ଜମା କରିବାର ଶେଷ ତାରିଖ: ଅନ୍‌ଲାଇନ୍‌ ଓ ଅଫ୍‌ଲାଇନ୍‌ ଫିସ୍‌ ଜମା କରିବାର ଶେଷ ତାରିଖ  ଯଥାକ୍ରମେ ଜୁଲାଇ ୨ ଓ ୫ ରହିଛି।

ଦରମା: ସର୍ବନିମ୍ନ ଦରମା ରାଶି ରହିଛି ୩୫,୪୦୦ ଟଙ୍କା।

ଅନ୍‌ଲାଇନ୍‌ ପରୀକ୍ଷା: ଅନ୍‌ଲାଇନ୍‌ କମ୍ପ୍ୟୁଟର୍‌ ଆଧାରିତ ପରୀକ୍ଷା ସେପଟେମ୍ବର ଏବଂ ଅକ୍ଟୋବରରେ ଆୟୋଜିତ କରାଯିବ। ଏଥିରେ ଉତ୍ତୀର୍ଣ୍ଣ ହେବା ପରେ ଅନ୍ୟାନ୍ୟ ଶାରୀରିକ ପରୀକ୍ଷା ପାଇଁ ଡକାଯିବ।

ସମ୍ବନ୍ଧିତ ଖବର