ନୂଆଦିଲ୍ଳୀ: ରେଳବାଇରେ ଚାକିରି କରିବା ପାଇଁ ଆବେଦନ କରିଥିବା ପ୍ରାର୍ଥୀଙ୍କ ପାଇଁ ଖୁସିଖବର। ରେଲେଓ୍ଵ ରିକ୍ରୁଟମେଣ୍ଟ ବୋର୍ଡ(ଆର୍ଆର୍ବି) ଖୁବ୍ ଶୀଘ୍ର ନିଜର ଅଫିସିଆଲ େଓ୍ଵବସାଇଟ୍ରେ ଆର୍ଆର୍ବି ଆସିଷ୍ଟାଣ୍ଟ ଲୋକୋ ପାଇଲଟ ଓ ଟେକନିସିୟାନ୍ ଭର୍ତ୍ତି ପରୀକ୍ଷା -୨୦୧୮ ପାଇଁ ଆଡମିଟ କାର୍ଡ ଜାରି କରିବ। ଆବେଦନକାରୀ ଅଫିସିଆଲ େଓ୍ଵବସାଇଟ www.indianrail.gov.inକୁ ଡାଉନ୍ଲୋଡ କରି ଅଧିକ ତଥ୍ୟ ଜାଣି ପାରିବେ। ରିକ୍ରୁଟମେଣ୍ଟ ବୋର୍ଡ ଜୁଲାଇ ୧୧ରେ ଅଫିସିଆଲ େଓ୍ଵବସାଇଟରେ ଆପ୍ଲିକେସନ୍ ଷ୍ଟାଟସ ଲିଙ୍କ୍ ଆକ୍ଟିଭେଟ କରିଥିଲା। ଏହି ଲିଙ୍କ୍ରେ କ୍ଲିକ୍ ରି ଆପଣ ଜାଣି ପାରିବେ ରେଳବାଇ ଆପଣଙ୍କ ଆବେଦନକୁ ସ୍ୱୀକାର କରିଛି କି ନାହିଁ।
ଆର୍ଆର୍ବି ଆସିଷ୍ଟାଣ୍ଟ ଲୋକୋ ପାଇଲଟ ଓ ଟେକନିସିୟାନ୍ ପୋଷ୍ଟ ପାଇଁ ଫାଷ୍ଟ-ଷ୍ଟେଜ୍ ଏଗଜାମିନେସନ୍ ୨୦୧୮ ଅଗଷ୍ଟ ୯ ତାରିଖରେ ହେବ। ଜୁଲାଇ ୨୫ରେ ରେଲେଓ୍ଵ ଏକ ନୋଟିସ୍ ଜାରି କରିଥିଲା। ଯେଉଁଥିରେ ପରୀକ୍ଷା ପ୍ରାଟର୍ନ ବିଷୟରେ ଉଲ୍ଲେଖ ଥିଲା। ରେଲେଓ୍ଵ ନୋଟିସ୍ ମୁତାବକ, ଏହି ପରୀକ୍ଷା ଏକଘଣ୍ଟା ପାଇଁ ହେବ। ଏଥିରେ ୭୫ଟି ପ୍ରଶ୍ନ ରହିବ। ୨୦ଟି ପ୍ରଶ୍ନ ଗଣିତ, ୨୫ଟି ପ୍ରଶ୍ନ ଇଣ୍ଟେଲିଜେନ୍ସ ଓ ରିଜିନିଂ, ୨୦ଟି ପ୍ରଶ୍ନ ଜେନେରାଲ ସାଇନ୍ସ ଓ ୧୦ଟି ପ୍ରଶ୍ନ ଜେନେରାଲ ଓ କରେନ୍ ଆଫେୟାର ପଚାର ଯିବ।
ସର୍ବପ୍ରଥମେ ଅଫିସିଆଲ େଓ୍ଵବସାଇଟ୍କୁ ଯାଆନ୍ତୁ www.indianrail.gov.in। ଏହାପରେ ହୋମପେଜକୁ ଯାଇ ନିଜର ରିଜନ୍ ବାଛନ୍ତୁ। ଆଡମିଟ୍ କାର୍ଡ ଉପରେ କ୍ଲିକ୍ କରି ନିଜର ରୋଲ ନମ୍ବର, ଜନ୍ମତାରିଖ ଓ ପାସ୍ଓ୍ଵାର୍ଡ ଦିଅନ୍ତୁ। ଏହାପରେ ଆପଣଙ୍କୁ ଆପଣଙ୍କ ଆଡମିଟ୍ କାର୍ଡ ମିଳିଯିବ। ଏହାକୁ ଡାଉନ୍ଲୋଡ କରି ଏହାର ଏକ ପ୍ରିଣ୍ଟ ବାହାର କରି ଦିଅନ୍ତୁ।
ନୋଟିଫିକେସନ୍ ମୁତାବକ, ପରୀକ୍ଷାରେ କ୍ୱାଲିଫାଏ କରିବା ଜେନେରାଲଙ୍କ ପାଇଁ ୪୦ ପ୍ରତିଶତ, ଓବିସି ଓ ଏସ୍ସିଙ୍କ ପାଇଁ ୩୦ ପ୍ରତିଶତ ଓ ଏସ୍ଟି ପ୍ରାର୍ଥୀଙ୍କୁ ୨୫ ପ୍ରତିଶତ ରଖିବା ପାଇଁ ହେବ।