ଯାତ୍ରୀଭଡ଼ାରୁ ରେଳପଥର ରାଜସ୍ବ ଆୟ ୭୬% ବୃଦ୍ଧି

ଭୁବନେଶ୍ବର : ଯାତ୍ରୀ ଭଡ଼ାରୁ ଭାରତୀୟ ରେଳପଥର ରାଜସ୍ବ ଆୟରେ ୭୬ ପ୍ରତିଶତ ବୃଦ୍ଧି ପାଇଛି। ସଂରକ୍ଷିତ ଶ୍ରେଣୀରେ ୫୦% ଓ ଅସଂରକ୍ଷିତ ଶ୍ରେଣୀରେ ୪୨୨% ବଢ଼ିଛି। ୨୦୨୨ ଏପ୍ରିଲ ପହିଲାରୁ ନଭେମ୍ବର ୩୦ ମଧ୍ୟରେ ଭାରତୀୟ ରେଳପଥର ଆନୁମାନିକ ସମୁଦାୟ ଆୟ ଗତବର୍ଷ ତୁଳନାରେ ୭୬% ବୃଦ୍ଧି ଘଟି ୪୩ ହଜାର ୩୨୪ କୋଟିରେ ପହଞ୍ଚିଛି।

ଗତବର୍ଷ ଏହି ସମୟ ମଧ୍ୟରେ ରେଳପଥର ଆୟ ୨୪ ହଜାର ୬୩୧ କୋଟି ରହିଥିଲା। ସଂରକ୍ଷିତ ବର୍ଗରେ ବୁକ୍‌ କରିଥିବା ସମୁଦାୟ ଆନୁମାନିକ ଯାତ୍ରୀଙ୍କ ସଂଖ୍ୟା ଗତବର୍ଷ ଏହି ସମୟ ତୁଳନାରେ ୧୦% ବୃଦ୍ଧି ପାଇ ୫୩୬୫ ଲକ୍ଷ‌ରେ ରହିଛି। ସେହିପରି ସଂରକ୍ଷିତ ଶ୍ରେଣୀରୁ ୩୪ହଜାର ୩୦୩କୋଟି ଟଙ୍କାର ରାଜସ୍ବ ଆୟ ହୋଇଛି। ଅସଂରକ୍ଷିତ ବର୍ଗରେ ବୁକ୍‌ କରିଥିବା ଯାତ୍ରୀଙ୍କ ସଂଖ୍ୟା ୩୫ହଜାର ୨୭୩ ହୋଇଛି। ଗତବର୍ଷ ଏହି ସମୟ ସୁଦ୍ଧା‌ ୧୩ ହଜାର ୮୧୩ ଲକ୍ଷ ଥିଲା। ଏହି ବର୍ଗରେ ରାଜସ୍ବ ଆୟ ଗତବର୍ଷ ୧୭୨୮ କୋଟି ଥିବା ବେଳେ ଏଥର ୯୧୨୧ କୋଟିରେ ପହଞ୍ଚିଛି।

ସମ୍ବନ୍ଧିତ ଖବର