ରେଳବାଇ ବନ୍ଦ କରିବ ୧୪ଟି ପ୍ରିଣ୍ଟିଂ ପ୍ରେସ୍‌! ଜାଣନ୍ତୁ କାହିଁକି ?

ନୂଆଦିଲ୍ଲୀ: ଭାରତୀୟ ରେଳବାଇର ଆଉ ଏକ ନୂତନ ନିଷ୍ପତ୍ତି। ଅଣଉତ୍ପାଦକ ଉପକ୍ରମଗୁଡ଼ିକୁ ଭାରତୀୟ ରେଳବାଇ ବନ୍ଦ କରିବାର ନିଷ୍ପତ୍ତି ନେଇଛି। ଜାଣିବାକୁ ମିଳିଛି ଯେ ଭାରତୀୟ ରେଳବାଇ ଖୁବ୍‌ ଶୀଘ୍ର। ଏ ନେଇ ପ୍ରାୟ ୧୪ଟି ଛାପାକଳ( ପ୍ରିଣ୍ଟିଂ ପ୍ରେସ୍‌) ବନ୍ଦ କରିବ। ଏହି ୧୪ଟି ଛାପାକଳରେ ଥିବା କର୍ମଚାରୀମାନଙ୍କୁ ଅନ୍ୟସ୍ଥାନକୁ ସ୍ଥାନାନ୍ତରିତ କରାଯିବ।

ରାଷ୍ଟ୍ରୀୟ ପରିବହନ ନୀତି ଅନୁଯାୟୀ, ଆଗକୁ ହେବାକୁ ଥିବା ବିଭିନ୍ନ ଯୋଜନାଗୁଡ଼ିକୁ ଆଖିରେ ରଖି ପୁରୁଣା କେତେକ ସଂଶୋଧନ ଆବଶ୍ୟକ। ରେଳବମନ୍ତ୍ରୀ ପିୟୂଷ ଗୋଏଲ, ରେଳବାଇ ବୋର୍ଡ ସଦସ୍ୟ ଏବଂ ୧୭ଟି ରେଳବାଇ ଜୋନ୍‌ ମଧ୍ୟରେ ହୋଇଥିବା ଏକ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।

ନିକଟରେ, ବନ୍ଦ ହେବାକୁ ଥିବା ୧୪ଟି ଛାପାକଳ ରେଳବାଇର କ୍ଷେତ୍ରାଧିକାର ଅଧୀନରେ ରହିଛନ୍ତି। ଧୀରେ ଧୀରେ ଦେଶରେ ଡିଜିଟାଲ୍‌ର ପ୍ରଭାବ ବଢ଼ିବାରେ ଲାଗିବାରୁ କାଗଜ ପ୍ରଚଳନର ଗୁରୁତ୍ୱ ନିଶ୍ଚୟ ହ୍ରାସ ପାଇବାରେ ଲାଗିଛି। ସମୟ ଏବଂ କୌଶଳ ସହ ଦେଶବାସୀଙ୍କୁ ଖାପ ଖୁଆଇବା ପାଇଁ ରେଳମନ୍ତ୍ରୀଙ୍କର ଏହା ଏକ ପ୍ରୟାସ।

ପାରମ୍ପରିକ ଭାବେ, ରେଳବାଇ ପାଇଁ ଗୁଡ଼ାଏ କାଗଜ ବ୍ୟବହୃତ ହୋଇଥାଏ। ମାତ୍ର ବର୍ତ୍ତମାନ ବିିଭିନ୍ନ ଜିନିଷ ସ୍ୱୟଂଚାଳିତ ହେବାରେ ଲାଗିଛି। ଆମେ ବ୍ୟବହାର କରୁଥିବା ଛପାକଳ ହେଉଛି ଉନବିଂଶ ଶତାବ୍ଦୀର, ଯାହାର ଏବେ କୌଣସି ଆବଶ୍ୟକତା ନାହିଁ ବୋଲି ଜଣେ ପୂର୍ବତନ ରେଳ କର୍ମଚାରୀ ମତ ରଖିଛନ୍ତି।

ପୂର୍ବରୁ ରେଳବାଇ ଛାପାଖାନାରେ ପୁସ୍ତକ, ଫର୍ମ, ଟିକେଟ୍‌ ଏବଂ ରେଳବାଇର ଗୁରୁତ୍ୱପୂର୍ଣ୍ଣ ପ୍ରମାଣପତ୍ର ଆଦି ଛପା ଯାଉଥିବା ବେଳେ ଏବେ ତାହା ଭିନ୍ନ ଧରଣର ସୁରକ୍ଷିତ ଛାପାକଳରେ ଛପାଯାଉଛି, ଯାହାକି ରେଳବାଇ ଅଧୀନସ୍ଥ ନୁହେଁ। ବର୍ତ୍ତମାନ ତ ଧୀରେ ଅନ୍‌ଲାଇନ୍‌ ଟିକେଟ୍‌ ଜମାନା ଚାଲିଥିବାରୁ ବିଶେଷ ଟିକେଟ୍‌ ବି ଛାପିବାକୁ ପଡୁନାହିଁ। ଏକ ପ୍ରକାର କହିବାକୁ ଗଲେ ରେଳବାଇ ଛାପାଖାନାର ଏବେ ଆଉ ବିଶେଷ କୌଣସି ଗୁୂରୁତ୍ୱ ନାହିଁ।ସମୟ ଏବଂ କୌଶଳ ସହ ଦେଶବାସୀଙ୍କୁ ଖାପ ଖୁଆଇବା ପାଇଁ ରେଳମନ୍ତ୍ରୀଙ୍କର ଏହା ଏକ ପ୍ରୟାସ।

ପୂର୍ବରୁ ରେଳବାଇ ଛାପାଖାନାରେ ପୁସ୍ତକ, ଫର୍ମ, ଟିକେଟ୍‌ ଏବଂ ରେଳବାଇର ଗୁରୁତ୍ୱପୂର୍ଣ୍ଣ ପ୍ରମାଣପତ୍ର ଆଦି ଛପା ଯାଉଥିବା ବେଳେ ଏବେ ତାହା ଭିନ୍ନ ଧରଣର ସୁରକ୍ଷିତ ଛାପାକଳରେ ଛପାଯାଉଛି, ଯାହାକି ରେଳବାଇ ଅଧୀନସ୍ଥ ନୁହେଁ। ବର୍ତ୍ତମାନ ତ ଧୀରେ ଅନ୍‌ଲାଇନ୍‌ ଟିକେଟ୍‌ ଜମାନା ଚାଲିଥିବାରୁ ବିଶେଷ ଟିକେଟ୍‌ ବି ଛାପିବାକୁ ପଡୁନାହିଁ। ଏକ ପ୍ରକାର କହିବାକୁ ଗଲେ ରେଳବାଇ ଛାପାଖାନାର ଏବେ ଆଉ ବିଶେଷ କୌଣସି ଗୁୂରୁତ୍ୱ ନାହିଁ।

ରେଳବାଇର ପୂର୍ବ ଫାଇନାନ୍ସ କମିସନ୍‌ରଙ୍କ ଅନୁସାରେ, କିଛି ବର୍ଷ ମଧ୍ୟରେ ଆବଶ୍ୟକତା ହ୍ରାସ ହେବାରୁ ରେଳବାଇର ଅନେକ ଛାପାଖାନା ବନ୍ଦ ହୋଇ ସାରିଛି।

ପୂର୍ବରୁ ଟିକେଟ୍‌ ଛାପିବା ଛାପାଖାନାଗୁଡ଼ିକ ବ୍ୟବହୃତ ହେଉଥିବା ବେଳେ ଏବେ ସବୁ କମ୍ପ୍ୟୁଟରାଇଜ୍‌ ହୋଇଗଲାଣି। ଛାପାକଳଗୁଡ଼ିକ ବନ୍ଦ ହେବା ପରେ ସେହି ସ୍ଥାନଗୁଡ଼ିକୁ ରିୟଲ୍‌ ଇଷ୍ଟେଟ୍‌ କ୍ଷେତ୍ରରେ ବ୍ୟବାହାର କରି ଲାଭ ଉଠାଇ ହେବ।

ପୂର୍ବରୁ ଛାପାକଳରେ କାର୍ଯ୍ୟ କରୁଥିବା କର୍ମଚାରୀମାନଙ୍କୁ ଆବଶ୍ୟକୀୟ ପ୍ରଶିକ୍ଷଣ ପ୍ରଦାନ କରାଯାଇ ଉପଯୁକ୍ତ ସ୍ଥାନରେ ନିୟୋଜିତ କରାଯିବ।

ସମ୍ବନ୍ଧିତ ଖବର