ଘରୋଇ ଟ୍ରେନ୍‌ର ଭଡ଼ା ନିୟନ୍ତ୍ରଣ କରିପ‌ାରେ ରେଳବାଇ

ନୂଆଦିଲ୍ଲୀ: ଘରୋଇ ସଂସ୍ଥାଗୁଡ଼ିକୁ ଯାତ୍ରୀବାହୀ ଟ୍ରେନ୍ ଚଳାଚଳ କରିବାର ଅନୁମତି ଦିଆଯାଇଛି। ଏଥିପାଇଁ ବିଭିନ୍ନ ସଂସ୍ଥା ଠାରୁ ବିଡ୍ ଆହ୍ବାନ କରାଯାଇଥିବା ବେଳେ ବହୁ ନାମୀଦାମୀ ସଂସ୍ଥା ଏଥିପାଇଁ ଆଗ୍ରହ ଦେଖାଇଛନ୍ତି। ଭଡ଼ା ନିର୍ଧାରଣ କରିବା କ୍ଷେତ୍ରରେ ଘରୋଇ ସଂସ୍ଥାଗୁଡ଼ିକୁ ପୂର୍ଣ୍ଣ ସ୍ବାଧୀନତା ମିଳିବ ବୋଲି କୁହାଯାଉଥିଲା। ମାତ୍ର ଲୋକସଭାରେ ରେଳ ମନ୍ତ୍ରୀ ପୀୟୂଷ ଗୋୟଲ କହିଛନ୍ତି ଯେ ଘରୋଇ ଟ୍ରେନ୍‌ଗୁଡ଼ିକର ଭଡ଼ା ନିୟନ୍ତ୍ରଣ କରିବା ଲାଗି ଏକ ବ୍ୟବସ୍ଥା ବିକଶିତ କରିବାର କ’ଣ ସମ୍ଭାବନା ରହିଛି ତାହା ଉପରେ ଅନୁଧ୍ୟାନ ଜାରି ରହିଛି। ବିଜେପି ସାଂସଦ ନଳିନୀ କୁମାର କାଟିଲଙ୍କ ପ୍ରଶ୍ନର ଉତ୍ତରରେ ଗୋୟଲ ଏହା କହିଛନ୍ତି।

ସମ୍ବନ୍ଧିତ ଖବର