ରେଳ ପ୍ରକଳ୍ପରୁ ଚୀନ୍ କଂପାନି ବିଦା

ନୂଆଦିଲ୍ଲୀ : ରେଳ ମନ୍ତ୍ରଣାଳୟର ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଡେଡିକେଟେଡ୍‌ ଫ୍ରେଟ୍‌ କରିଡର୍‌ କର୍ପୋରେସନ୍ ଅଫ୍ ଇଣ୍ଡିଆ (ଡିଏଫ୍‌ସିସିଆଇଏଲ୍‌) ଚୀନ୍‌ର ଏକ କଂପାନି ସହିତ କରିଥିବା ଚୁକ୍ତି ରଦ୍ଦ କରିବାକୁ ନିଷ୍ପତ୍ତି ନେଇଛି। ‘ବେଜିଂ ନ୍ୟାସନାଲ୍ ରେଲ୍‌ୱେ ରିସର୍ଚ ଆଣ୍ଡ୍‌ ଡିଜାଇନ୍ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ସିଗ୍‌ନାଲ୍ ଆଣ୍ଡ୍‌ କମ୍ୟୁନିକେସନ୍‌’ ନାମକ ଚୀନ୍‌ର କଂପାନିକୁ ସିଗ୍‌ନାଲ୍ କାର୍ଯ୍ୟ କରିବାର ବରାଦ ଦିଆଯାଇଥିଲା। କାର୍ଯ୍ୟରେ ଏହି କଂପାନି ଅହେତୁକ ବିଳମ୍ବ କରୁଥିବାରୁ ଏହା ସହିତ ହୋଇଥିବା ଚୁକ୍ତି ରଦ୍ଦ କରିବାକୁ ରେଳ ମନ୍ତ୍ରଣାଳୟ ନିଷ୍ପତ୍ତି ନେଇଛି। ଚଳିତ ମାସ ଏପ୍ରିଲ୍‌ରୁ ଏହି ନିଷ୍ପତ୍ତି ନିଆଯାଇଛି। ଗତ ଏପ୍ରିଲ୍‌ରେ ଏହି ନିଷ୍ପତ୍ତି ନିଆଯାଇଥିଲା। ବିଶ୍ବବ୍ୟାଙ୍କର ପାଣ୍ଠି ସହାୟତାରେ ଏହି ୪୭୧ କୋଟି ଟଙ୍କାର ପ୍ରକଳ୍ପ ଆରମ୍ଭ ‌ହୋଇଥିଲା। ୨୦୧୬ରେ ଚୀନ୍‌ର କଂପାନିକୁ କାର୍ଯ୍ୟବରାଦ ଦିଆଯାଇଥିଲା। ୧୦୦୦ ଦିନ ଭିତରେ ପ୍ରକଳ୍ପ କାର୍ଯ୍ୟ ଶେ‌ଷ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲେ ମଧ୍ୟ ବର୍ତମାନ ସୁଦ୍ଧା ୨୦% କାମ ଶେଷ ହୋଇନାହିଁ। ଚୁକ୍ତି ବାତିଲ କରିବା ଲାଗି ବିଶ୍ବବ୍ୟାଙ୍କ ଠାରୁ ଏନ୍‌ଓସି ଦରକାର। ସେଥିପାଇଁ ଆବେଦନ କରାଯାଇଥିବା ଜଣାପଡ଼ିଛି। ଦିଲ୍ଲୀର ଏକ ପ୍ରକଳ୍ପ କାର୍ଯ୍ୟ ବରାଦ ଚୀନ୍‌ର ଏକ କଂପାନି ପାଇବାର ଥିଲା। ତାହାକୁ କେନ୍ଦ୍ର ବାସଗୃହ ଓ ନଗର ବ୍ୟାପାର ମନ୍ତ୍ରଣାଳୟ ଅଟକାଇ ଦେଇଛି।

ସମ୍ବନ୍ଧିତ ଖବର