ନୂଆଦିଲ୍ଲୀ: ଗତ କିଛି ଦିନ ହେବ ଦେଶର ରେଳ ଦୁର୍ଘଟଣାର ସମସ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏହି ଦୁର୍ଘଟଣା ଉପରେ ଲଗାମ ଲଗାଇବା ପାଇଁ ଏକ ଐତିହାସିକ ନିଷ୍ପତି ନେଇଛନ୍ତି ପୀୟୁଷ ଗୋୟଲ । ଯାତ୍ରୀଙ୍କ ସୁରକ୍ଷା ଓ ସୁବିଧାକୁ ଆଖି ଆଗରେ ରଖି ପ୍ରାୟ ୧ ଲକ୍ଷ କର୍ମଚାରୀଙ୍କୁ ନିଯୁକ୍ତି ଦେବାକୁ ପୀୟୁଷ ଗୋୟଲ୍ ଘୋଷଣା କରିଛନ୍ତି। ଗତ କିଛି ବର୍ଷ ଧରି ବନ୍ଦ ଥିବା ସୁରକ୍ଷା କ୍ୟାଟେଗୋରୀରେ ଏବେ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଛି।
ସୂଚନାଯୋଗ୍ୟ, ସୁରକ୍ଷା ବର୍ଗରେ ଜୁନିୟର୍ ଏବଂ ସିନିୟର୍ ସେକ୍ସନ୍ ଇଞ୍ଜିନିୟର୍ ଶତ ପ୍ରତିଶତ ଭର୍ତ୍ତିକୁ ନେଇ ନିଷ୍ପତି ନିଆଯାଇଛି । ଆଗାମୀ ୩ ମାସ ଭିତରେ ବଡ ସଂଖ୍ୟାରେ ସହାୟକ ଷ୍ଟେସନ୍ ମାଷ୍ଟର୍ ତଥା ଗାର୍ଡ ପଦରେ ନିୟୁକ୍ତି ନିଆଯିବ । ଏହା ସହ ଗ୍ରୁପ୍ ସିରେ ୫୦ ପ୍ରତିଶତ ପଦରେ ରେଲୱେ ନିଯୁକ୍ତି ବୋର୍ଡ ମାଧ୍ୟମରେ ନିଯୁକ୍ତି ଦିଆଯିବ । ଏହା ବାଦ୍ ଗ୍ରୁପ୍ ଡିରେ ମଧ୍ୟ ନିଯୁକ୍ତି ଦିଆଯିବ । ତେବେ ସବୁଠାରୁ ବଡ କଥା ହେଉଛି ସୁରକ୍ଷା କ୍ୟାଟେଗୋରୀରେ କର୍ମଚାରୀଙ୍କ ଅଭାବ ଦୂର ପାଇଁ ଚୁକ୍ତି ଆଧାରରେ ଅବସରପ୍ରାପ୍ତ କର୍ମଚାରୀଙ୍କୁ ମଧ୍ୟ ନିଯୁକ୍ତି ଦିଆଯିବା ନେଇ ମଧ୍ୟ ନିଷ୍ପତି ନିଆଯାଇଛି ।
ପୂର୍ବବର୍ତ୍ତୀ ଖବର
ବିନା କୌଣସି କେମିକାଲ୍ ଉପଯୋଗ କରି ଏହି ଘରୋଇ ଉପାୟରେ କରନ୍ତୁ କେଶ ସିଧା!
ପରବର୍ତ୍ତୀ ଖବର
ସମ୍ବନ୍ଧିତ ଖବର