୨୦୧୮ ସୁଦ୍ଧା ସବୁ ଟ୍ରେନ୍‌ରେ ବାୟୋ ଟଏଲେଟ୍‌ ଖଞ୍ଜାଯିବ

ନୂଆଦିଲ୍ଲୀ: ପୂର୍ବରୁ ଟ୍ରେନ୍‌ରେ ଥିବା ଶୌଚାଳୟର ଅବସ୍ଥା ଭଲ ରହୁ ନଥିଲା। ପ୍ରାୟତଃ ଅପରିଷ୍କାର ରହିବା ଦେଖାଯାଉଥିଲା। ତେବେ ବାୟୋଟୟଲେଟର ବ୍ୟବହାର କରି ଏହି ସ୍ଥିତି କ୍ରମଶଃ ସୁଧୁରିବା ଲାଗି ଭାରତୀୟ ରେଳ ଉଦ୍ୟମ ଆରମ୍ଭ କରିଛି। ୨୦୧୮ ସୁଦ୍ଧା ସମସ୍ତ ଟ୍ରେନରେ ବାୟୋଟୟଲେଟ ଲଗାଯିବ ବୋଲି ରେଳ ମନ୍ତ୍ରାଳୟ ପକ୍ଷରୁ ପ୍ରକାଶ।

ଶୌଚାଳୟକୁ ଠିକ୍‌ ଭାବେ ସଫା କରାଯାଉ ନ ଥିବାରୁ ଟ୍ରେନ୍‌ରେ ଯାତ୍ରା କରୁଥିବା ଲୋକମାନକୁ ଅସୁବିଧାର ସମ୍ମୁ୍‌ଖୀନ ହେବାକୁ ପଡ଼ୁଛି । ପୁର୍ବରୁ ଶଚାଳୟର ସବୁ ଆବର୍ଜନା ରେଲେଓ୍ଵ ଟ୍ରାକ୍‌କୁ ଯାଉଥିଲା । ଯାହା ଫଳରେ ରେଲେଓ୍ଵ ଟ୍ରାକ୍‌ଗୁଡ଼ିକ ଅପରିଷ୍କାର ହେବା ସହ ଶୌଚାଳୟ ମଧ୍ୟ ଠିକ୍‌ ସେ ସଫା କରାଯା ଉ ନଥିଲା । ଏହି ସବୁ ସମସ୍ୟାର ସମାଧାନ ପାଇଁ ରେଳବାଇ ଟ୍ରେନରେ ବାୟା ଟୟଲେଟ୍‌ ବ୍ୟବହାର ଆରମ୍ଭ କରିଥିଲା। ଏହା ହେବା ପରେ ଏହି ସମସ୍ୟାର ସମାଧାନ କିଛିଟା ହୋଇପାରିଛି । ପ୍ରଥମେ ଏହି ବାୟୋ ଟଏଲେଟ୍‌ ଗ୍ଵାଲିଅର-ବାରଣାସୀ ବୁନ୍ଦେଲ୍‌ଖଣ୍ଡ ଏକ୍ସପ୍ରେସରେ ଲଗାଯାଇଥିଲା ଯାହକି ଟ୍ରେନ୍‌ର ବଗିକୁ ସଫା ରଖିବା ସହ ଟ୍ରାକ୍‌କୁ ବି ସଫା ରଖିଥିଲା ।

ବାୟୋ ଟଏଲେଟ୍‌କୁ ଟ୍ରେନ୍‌ର ବଗି ତଲେ ଲଗାଇ ଦିଆଯିବା ସହିତ ଆନେରୋବିକ୍‌ ନାମକ ବ୍ୟାକ୍ଟେରିଆ ସେଥିରେ ଛାଡ଼ି ଦିଆଯାଏ । ଏହି ବ୍ୟାକ୍ଟେରିଆ ମଣିଷର ମଳକୁ ମିଥେନ୍‌ ଏବଂ ଜଳକୁ ରୂପାନ୍ତର କରିବା ପରେ ଏହାକୁ ବାହାରକୁ ଛାଡ଼ିଦିଆ ଯାଏ । ଯାହା ଫଳରେ କି ରେଲେଓ୍ଵ ଟ୍ରାକ୍‌ ସଫା ରହିବା ସହିତ ଦୁର୍ଗନ୍ଧ ମଧ୍ୟ ହୋଇ ନ ଥାଏ । ଟ୍ରେନ୍‌ରେ ଥିବା ଶୌଚାଳୟକୁ ପରିଷ୍କାର ରଖିବା ପାଇଁ ପ୍ରଥମେ ଓଡ଼ିଏଫ୍‌ କ୍ୟାମ୍ପେନ୍‌ ଦ୍ୱାରା ବାୟୋ ଟଏଲେଟ୍‌ ଯୋଜନା ଆରମ୍ଭ କରାଯାଇଥିଲା । ବର୍ତ୍ତମାନ ସୁଦ୍ଧା ୯୦୦ଟି ଟ୍ରେନ୍‌ରେ ପ୍ରାୟ ସବୁ ବଗିରେ ବା କିଛି ବଗିରେ ବାୟୋ ଟଏଲେଟ୍‌ ଖଞ୍ଜା ଯାଇଛି । ଡ଼ିସେମ୍ବର ୨୦୧୮ ସୁଦ୍ଧା ଏହି ଯୋଜନାକୁ ଶତ ପ୍ରତିଶତ ସଫଳ କରିବା ପାଇଁ ରେଳମନ୍ତ୍ରୀ ଆଶା ରଖିଛନ୍ତି ।

ସମ୍ବନ୍ଧିତ ଖବର