ନୂଆଦିଲ୍ଲୀ: ରେଳବାଇ ସହିତ ଜଡ଼ିତ ଥିବା ପରୀକ୍ଷା ତାରିଖ ଏବଂ ନିଯୁକ୍ତି ପ୍ରକ୍ରିୟାକୁ ନେଇ ଦୀର୍ଘ ଦିନ ଧରି ପ୍ରାର୍ଥୀମାନେ ଦ୍ୱନ୍ଦ୍ୱରେ ଅଛନ୍ତି। ଏଭଳି ସମୟରେ ରେଳବାଇ ନିଯୁକ୍ତି ବୋର୍ଡ (ଆରଆରବି) ୨୦୨୬ ପାଇଁ ନିର୍ଦ୍ଧାରିତ ବିଭିନ୍ନ ନିଯୁକ୍ତି ପରୀକ୍ଷା ପାଇଁ ପରୀକ୍ଷା କ୍ୟାଲେଣ୍ଡର ପ୍ରକାଶ କରିଛି। ଏହି କ୍ୟାଲେଣ୍ଡର ପ୍ରାର୍ଥୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି।
ପରୀକ୍ଷା କ୍ୟାଲେଣ୍ଡର ପ୍ରକାଶ ପାଇବା ପରେ ଛାତ୍ରଛାତ୍ରୀମାନେ ଆଗାମୀ ବର୍ଷ ହେବାକୁ ଥିବା ପରୀକ୍ଷା ତଥା ନିଯୁକ୍ତି ପ୍ରକ୍ରିୟା ବିଷୟରେ ଏକ ସ୍ପଷ୍ଟ ଧାରଣା ପାଇପାରିବେ। 

Advertisment

କେଉଁ ପରୀକ୍ଷା କେଉଁ ଦିନରେ ହେବ ଅନୁଷ୍ଠିତ ହେବ

ଆରଆରବି ପରୀକ୍ଷା କ୍ୟାଲେଣ୍ଡର ୨୦୨୬ ଅନୁଯାୟୀ, ବର୍ଷସାରା ପର୍ଯ୍ୟାୟକ୍ରମେ ବିଭିନ୍ନ ନିଯୁକ୍ତି ପରିଚାଳନା କରାଯିବ। ଜାନୁଆରିରୁ ମାର୍ଚ୍ଚ ମଧ୍ୟରେ ଆସିଷ୍ଟାଣ୍ଟ ଲୋକୋ ପାଇଲଟ୍ ପାଇଁ ନିଯୁକ୍ତି ପ୍ରକ୍ରିୟା ଚାଲିବ। ଯାହାକି ଡିସେମ୍ବର ୨୦୨୫ରେ OIRMS ମାଧ୍ୟମରେ ଖାଲି ପଦବୀଗୁଡ଼ିକର ମୂଲ୍ୟାୟନ କରାଯିବ ଏବଂ ୨୦୨୬ ଫେବୃଆରିରେ ଏକ ଡ୍ରାଫ୍ଟ ବିଜ୍ଞପ୍ତି ପ୍ରସ୍ତୁତ କରାଯିବ। 

ଅଧିକପଢ଼ନ୍ତୁ:ଖୋଳାଯିବ କବର:କଂଗ୍ରେସ ରାଲିରେ ମୋଦୀଙ୍କ ବିରୋଧରେ ସ୍ଲୋଗାନ,ବିଜେପି ଦେଲା କଡ଼ା ଜବାବ

ପରୀକ୍ଷା ପାଇଁ ଠିକ୍ ତାରିଖ ଆରଆରବି ଦ୍ୱାରା ଘୋଷଣା କରାଯିବ

ଏପ୍ରିଲ ଏବଂ ଜୁନ୍ ମଧ୍ୟରେ ଟେକ୍ନିସିଆନ୍ ଏବଂ ସେକ୍ସନ୍ କଣ୍ଟ୍ରୋଲର ପଦବୀ ପାଇଁ ନିଯୁକ୍ତି ପ୍ରସ୍ତାବ ରହିଛି। ଏହା ପରେ ଜୁଲାଇ ଏବଂ ସେପ୍ଟେମ୍ବର ମଧ୍ୟରେ ଜୁନିଅର ଇଞ୍ଜିନିୟର, ଡିପୋ ମ୍ୟାଟେରିଆଲ୍ ସୁପରିଣ୍ଟେଣ୍ଡେଣ୍ଟ (ଡିଏମଏସ), (ସିଏମଏ), ପାରାମେଡିକାଲ୍ ଷ୍ଟାଫ୍ ଏବଂ ଏନଟିପିସି ବର୍ଗ ପାଇଁ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହେବ। ସମସ୍ତ ପରୀକ୍ଷା ପାଇଁ ସଠିକ୍ ତାରିଖ ସମ୍ପୃକ୍ତ ଆରଆରବି ଦ୍ୱାରା ପୃଥକ ସରକାରୀ ବିଜ୍ଞପ୍ତି ମାଧ୍ୟମରେ ଘୋଷଣା କରାଯିବ।

ଖାଲି ପଦବୀ ମୂଲ୍ୟାୟନ ସମାପ୍ତ କରିବାକୁ ସ୍ପଷ୍ଟ ନିର୍ଦ୍ଦେଶ

ରେଲୱେ ବୋର୍ଡ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଖାଲି ପଦବୀଗୁଡ଼ିକର ମୂଲ୍ୟାୟନ ସମାପ୍ତ କରିବାକୁ ସ୍ପଷ୍ଟ ନିର୍ଦ୍ଦେଶ ଜାରି କରିଛି। ଏହି ସମ୍ପୂର୍ଣ୍ଣ ପ୍ରକ୍ରିୟା ଅନଲାଇନ୍ ସମନ୍ୱିତ ରେଳବାଇ ପରିଚାଳନା ପ୍ରଣାଳୀ (OIRMS) ମାଧ୍ୟମରେ ପରିଚାଳିତ ହେବ। ସମସ୍ତ ଖାଲି ପଦବୀର ତଥ୍ୟକୁ ଗୋଟିଏ ପ୍ଲାଟଫର୍ମରେ ଉପଲବ୍ଧ କରିବା ସହିତ ନିଯୁକ୍ତି ପ୍ରକ୍ରିୟାକୁ ସରଳ ଏବଂ ତ୍ୱରାନ୍ୱିତ କରିବା ଏବଂ ୨୦୨୬ ପରୀକ୍ଷାକୁ ବିନା ବିଳମ୍ବରେ କିପରି ପରିଚାଳନା କରାଯାଇପାରିବ ସେ ଦିଗରେ ରେଳବାଇ ଲକ୍ଷ୍ୟ ରଖିଛି।

ଅଧିକପଢ଼ନ୍ତୁ:ପାକିସ୍ତାନର ଅଜବ ବିବାହ: ବରଙ୍କୁ ଛାଡି ଚାଲି ଯାଆନ୍ତି କନ୍ୟା