ନୂଆଦିଲ୍ଲୀ: ଲକ୍ଡାଉନ୍ର ସମୟ ଅବଧି ଘୁଞ୍ଚିବା କାରଣରୁ ଭାରତୀୟ ରେଳବାଇ ଏପ୍ରିଲ୍ ୧୫ରୁ ମେ ୩ ଭିତରେ ହୋଇଥିବା ପ୍ରାୟ ୩୯ ହଜାର ଟିକେଟ୍ ବାତିଲ୍ କରିବ ବୋଲି ସୂଚନା ରହିଛି। କରୋନା ଭାଇରସ୍ ହେତୁ ଦେଶରେ ଲାଗୁ ହୋଇଥିବା ଲକ୍ଡାଉନ୍କୁ ବୃଦ୍ଧି କରାଯିବା ପରେ ରେଳବାଇ ଟିକେଟ୍ ବାତିଲ୍ କରିବାକୁ ବାଧ୍ୟ ହୋଇଛି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶରେ ଲକ୍ଡାଉନ୍ ବୃଦ୍ଧି ଘୋଷଣା କରିବା ପରେ ଭାରତୀୟ ରେଳବାଇ କେବଳ ପୂର୍ବରୁ ହୋଇଥିବା ଟିକେଟ୍ ବାତିଲ୍ କରି ଯାତ୍ରୀ ସେବା ବନ୍ଦ କରିନାହିଁ ବରଂ ଅଗ୍ରୀମ ଟିକେଟ୍ ବୁକିଂକୁ ବି ବନ୍ଦ କରି ଦିଆଯାଇଛି।
ଯାତ୍ରୀମାନଙ୍କୁ ସେମାନଙ୍କ ଟିକେଟ୍ର ପୂରା ଦର ଫେରସ୍ତ କରାଯିବ ବୋଲି ରେଳବାଇ ସ୍ପଷ୍ଟ କରିଛି। ଯାତ୍ରୀମାନଙ୍କୁ ଅନ୍ଲାଇରନ୍ ଜରିଆରେ ପୂର୍ଣ୍ଣ ଫେରସ୍ତ କରାଯିବ ବୋଲି ସୂଚନା ରହିଛି। କାଉଣ୍ଟର୍ରୁ ବୁକ୍ କରିଥିବା ଯାତ୍ରୀମାନେ ଜୁଲାଇ ୩୧ ସୁଦ୍ଧା ସେମାନଙ୍କ ଟଙ୍କା ଫେରସ୍ତ ନେଇପାରିବେ।
ଉଲ୍ଲେଖଯୋଗ୍ୟ, କରୋନା ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ମାର୍ଚ ୨୫ ତାରିଖରୁ ଏପ୍ରିଲ୍ ୧୫ ତାରିଖ ପର୍ଯ୍ୟନ୍ତ ୨୧ ଦିନିଆ ଲକ୍ଡାଉନ୍ ଘୋଷଣା କରିଥିଲେ। ତାହାକୁ ବୃଦ୍ଧି କରାଇ ପୁଣିଥରେ ମେ ୩ ପର୍ଯ୍ୟନ୍ତ କରି ଦେଇଛନ୍ତି।