୨୭ ତାରିଖ ସୁଦ୍ଧା ବାତିଲ୍‌ କରାଯାଇଥିବା ସମସ୍ତ ରେଳ ଟିକେଟ୍‌ର ମୂଲ୍ୟ ଫେରସ୍ତ କରାଯିବ: ଭାରତୀୟ ରେଳ

ନୂଆଦିଲ୍ଲୀ: କରୋନା ଭାଇରସ୍‌ ପାଇଁ ସାରା ଦେଶରେ ଲକ୍‌ଡାଉନ୍‌ ଘୋଷଣା ହେବା ପରେ ୨୦୨୦ ଏପ୍ରିଲ୍‌ ୧୪ ତାରିଖ ମଧ୍ୟରେ ଥିବା ସମସ୍ତ ଯାତ୍ରୀବାହୀ ଟ୍ରେନ୍‌ ଓ ଟିକେଟ୍‌କୁ ବାତିଲ୍‌ କରାଯାଇଥିଲା। ମାର୍ଚ ୨୧ ତାରିଖରୁ ବାତିଲ୍‌ କରାଯାଇଥିବା ସମସ୍ତ ଟିକେଟ୍‌ର ମୂଲ୍ୟ ଯାତ୍ରୀମାନଙ୍କୁ ଫେରସ୍ତ କରାଯିବ ବୋଲି ଶନିବାର ଭାରତୀୟ ରେଳ ପକ୍ଷରୁ ଘୋଷଣା କରାଯାଇଛି।

ତେବେ କେଉଁ ସବୁ କ୍ଷେତ୍ରରେ ଯାତ୍ରୀମାନଙ୍କୁ ଟଙ୍କା ଫେରସ୍ତ କରାଯିବ ତାହା ନିମ୍ନରେ ଉଲ୍ଲେଖ କରାଯାଇଛି:-

୧.କାଉଣ୍ଟରେ ବୁକ୍‌ ହୋଇଥିବା ପିଆର୍‌ଏସ୍‌ ଟିକେଟ୍‌

୨୦୨୦ ମାର୍ଚ ୨୭ ତାରିଖ ପୂର୍ବରୁ ବାତିଲ୍‌ ହୋଇଥିବା ଟିକେଟ୍‌: ଟିଡିଆର୍‌(ଟିକେଟ୍‌ ଡିପୋଜିଟ୍‌ ରିସିପ୍ଟ)କୁ ନେଇ ଯାତ୍ରୀଙ୍କୁ କୌଣସି ବି ଜୋନାଲ୍‌ ରେଳବାଇ ମୁଖ୍ୟ ବାଣିଜ୍ୟିକ ପ୍ରବନ୍ଧକ (ସିସିଏମ୍‌) କିମ୍ବା ମୁଖ୍ୟ କମ୍ପ୍ଲେନ୍‌ ଅଧିକାରୀ(ସିସିଓ)ଙ୍କ ନିକଟରେ ଫର୍ମ ଭରି ଦାଖଲ କରିବାକୁ ହେବ। ୨୧ ଜୁନ୍‌ ୨୦୨୦ ସୁଦ୍ଧା ଏହି ରାଶି ଫେରସ୍ତ ବ୍ୟବସ୍ଥାର  ଲାଭ ଉଠାଇ ହେବ।

୨. ଇ ଟିକେଟ୍‌

୨୦୨୦ ମାର୍ଚ ୨୭ ତାରିଖ ସୁଦ୍ଧା ବାତିଲ୍‌ ହୋଇଥିବା ଟିକେଟ୍‌ର ରାଶି ସେହି ଆକାଉଣ୍ଟ୍‌ରେ ଜମା କରାଯିବ ଯେଉଁ ଆକାଉଣ୍ଟ୍‌ରୁ ଟିକେଟ୍‌ କଟାଯାଇଥିବ। ତେବେ ଟିକେଟ୍‌ କଟା ଯାଇଥିବା ବେଳେ ଦିଆଯାଇଥିବା ସଂପୂର୍ଣ୍ଣ ରାଶି ବ୍ୟାଙ୍କ୍‌ ଆକାଉଣ୍ଟ୍‌ରେ ଜମା ହେବ ବୋଲି ସୂଚନା ରହିଛି।

 

ସମ୍ବନ୍ଧିତ ଖବର