ନୂଆଦିଲ୍ଲୀ: ସାରା ଦେଶରେ ଲକ୍ଡାଉନ୍ ଘୋଷଣା ହେବା ପରେ ଭାରତୀୟ ରେଳବାଇ ୯୪ ଲକ୍ଷ ଟିକେଟ୍ ବାତିଲ୍ କରି ୧୪୯୦ କୋଟି ଟଙ୍କା ଯାତ୍ରୀମାନଙ୍କୁ ଫେରସ୍ତ କରିବ ବୋଲି ସୂଚନା ରହିଛି। ରେଳବାଇ ସୂତ୍ରରୁ ଜାଣିବାକୁ ମିଳିଛି ଯେ ମାର୍ଚ ୨୨ରୁ ଏପ୍ରିଲ୍ ୧୫ ତାରିଖ ମଧ୍ୟରେ ବୁକିଂ ହୋଇଥିବା ୫୫ ଲକ୍ଷ ଟିକେଟ୍ ବୁକିଂ ବାବଦକୁ ୮୩୦ କୋଟି ଟଙ୍କା ଫେରସ୍ତ କରାଯିବ।
ଲକ୍ଡାଉଳନ୍ ଲାଗୁ ହେବାର ୩ ଦିନ ପୂର୍ବରୁ ଭାରତୀୟ ରେଳବାଇ ମାର୍ଚ ୨୨ ତାରିଖରେ ତା’ର ଯାତ୍ରୀ ସେବା ବନ୍ଦ ଘୋଷଣା କରିଥିଲା। ଏହାଛଡ଼ା ଏପ୍ରିଲ୍ ୧୫ରୁ ମେ ୩ ତାରିଖ ମଧ୍ୟରେ ବୁକିଂ ହୋଇଥିବା ୩୯ ଲକ୍ଷ ଟିକେଟ୍ ବାବଦକୁ ଭାରତୀୟ ରେଳବାଇ ୬୬୦ କୋଟି ଟଙ୍କା ଫେରସ୍ତ କରିବ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶରେ ଲକ୍ଡାଉନ୍ ବୃଦ୍ଧି ଘୋଷଣା କରିବା ପରେ ଭାରତୀୟ ରେଳବାଇ କେବଳ ପୂର୍ବରୁ ହୋଇଥିବା ଟିକେଟ୍ ବାତିଲ୍ କରି ଯାତ୍ରୀ ସେବା ବନ୍ଦ କରିନାହିଁ ବରଂ ଅଗ୍ରୀମ ଟିକେଟ୍ ବୁକିଂକୁ ବି ବନ୍ଦ କରି ଦିଆଯିବା ଘୋଷଣା ହୋଇଛି।
ଯାତ୍ରୀମାନଙ୍କୁ ସେମାନଙ୍କ ଟିକେଟ୍ର ପୂରା ଦର ଫେରସ୍ତ କରାଯିବ ବୋଲି ରେଳବାଇ ସ୍ପଷ୍ଟ କରିଛି। ଯାତ୍ରୀମାନଙ୍କୁ ଅନ୍ଲାଇରନ୍ ଜରିଆରେ ପୂର୍ଣ୍ଣ ଫେରସ୍ତ କରାଯିବ ବୋଲି ସୂଚନା ରହିଛି। କାଉଣ୍ଟର୍ରୁ ବୁକ୍ କରିଥିବା ଯାତ୍ରୀମାନେ ଜୁଲାଇ ୩୧ ସୁଦ୍ଧା ସେମାନଙ୍କ ଟଙ୍କା ଫେରସ୍ତ ନେଇପାରିବେ।
ଉଲ୍ଲେଖଯୋଗ୍ୟ, କରୋନା ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ମାର୍ଚ ୨୫ ତାରିଖରୁ ଏପ୍ରିଲ୍ ୧୪ ତାରିଖ ପର୍ଯ୍ୟନ୍ତ ୨୧ ଦିନିଆ ଲକ୍ଡାଉନ୍ ଘୋଷଣା କରିଥିଲେ। ତାହାକୁ ବୃଦ୍ଧି କରାଇ ପୁଣିଥରେ ମେ ୩ ପର୍ଯ୍ୟନ୍ତ କରି ଦେଇଛନ୍ତି।