ବର୍ଷଟେ ବି ପୂରିଲାନି: ଯାତ୍ରୀଙ୍କ ଅପବ୍ୟବହାର ହେତୁ ତେଜସ୍‌ ଓ ଶତାବ୍ଦୀ ଏକ୍ସପ୍ରେସରୁ ହଟିବ ଏଲସିଡି

ମୁମ୍ବାଇ: ଏହା ଦେଶ ପାଇଁ ଏକ ଲଜ୍ଜାଜନକ ଘଟଣା। ଦେଶ ଆଗକୁ ବଢ଼ିବା ପରିବର୍ତ୍ତେ କିଛି ହୀନ ମାନସିକତାର ବ୍ୟକ୍ତିଙ୍କ ପାଇଁ ଫଛକୁ ଫେରୁଥିବା ଦେଖିବାକୁ ମିଳୁଛି। ଭାରତର ଏକ ଭବିଷ୍ୟବାଦୀ ଟ୍ରେନ୍‌ ବୋଲି ଆଶା କରାଯାଉଥିବା ତେଜସ୍‌ ଟ୍ରେନ୍‌ ଗତବର୍ଷ ମେ ମାସରେ ମୁମ୍ବାଇରୁ ଗୋଆ ଯାଉଥିବା ବେଳେ ଏହାର ପ୍ରଥମ ଯାତ୍ରାରେ ହିଁ ଏକ ଲଜ୍ଜାଜନକ ଘଟଣାର ସାମ୍ନା କରିଥିଲା। ସେହି ଘଟଣା ଦିନକୁ ଦିନ ବଢ଼ିବାରେ ଲାଗିଛି। ପ୍ରଥମ ଦିନରୁ ହିଁ ଟ୍ରେନ୍‌ରେ ଲାଗିଥିବା ଏଲ୍‌ସିଡି ଭାଙ୍ଗିଯାଇଥିବା ସହ ହେଡ୍‌ଫୋନ୍‌ ଚୋରି ହୋଇଥିବାର ଦେଖିବାକୁ ମିଳିଥିଲା। ଏବେ ଯାତ୍ରୀଙ୍କର ଅପବ୍ୟବହାର ଏତେ ପରିମାଣରେ ବଢ଼ିଯାଇଛି ଯେ ଟ୍ରେନ୍‌ରୁ ଅତ୍ୟାଧୁନିକ ସୂୂଚନା ଓ ମନୋରଞ୍ଜନ ପ୍ରଣାଳୀକୁ ହଟାଇ ଦିଆଯିବାର ସମୟ ଆସିଛି।

ଉଲ୍ଲେଖଯୋଗ୍ୟ, ଟ୍ରେନ୍‌ରେ ଲାଗିଥିବା ବୃହତ୍ତ ସୂୂଚନା ଓ ମନୋରଞ୍ଜନ ପ୍ରଣାଳୀ, ଯାହାକି ଏକ ବିରାଟ ଟାର୍ଗେଟ୍‌ ନେଇ ଆରମ୍ଭ କରାଯାଇଥିଲା। ତାହା ପୂରା ହୋଇପାରି ନାହିଁ। ଲଞ୍ଚ୍‌ ହେବାର ବର୍ଷଟେ ବି ହୋଇନି ଅନେକ ଗୁଡ଼ିଏ ଏଲ୍‌ସିଡି ସ୍କ୍ରିନ୍‌ ଭାଙ୍ଗି ଯାଇଥିବା ବେଳେ ଅନେକ ଗୁଡ଼ିଏ ଖରାପ ହୋଇଥିବା ନଜର ଆସିଛି। ପ୍ରତିଦିନ ତାର ଟଣାଟଣି ହୋଇ ବିଚ୍ଛୁରିତ ଅବସ୍ଥାରେ ଦେଖିବାକୁ ମିଳୁଥିବା ବେଳେ କିଛି ନା କିଛି ହେଡ୍‌ଫୋନ୍‌ ଦୈନିକ ଚୋରି ହେଉଛି।

ଏହିପରି ଭାବେ ଦୈନିକ ଘଟୁଥିବା ହେତୁ ରେଳବାଇ ଏକ ନୂଆ ନିଷ୍ପତ୍ତି ନେଇଛି। ସୂୂଚନା ଓ ମନୋରଞ୍ଜନ ପ୍ରଣାଳୀର ଠିକ୍‌ ବ୍ୟବହାର ହେଉନଥିବା ହେତୁ ରେଳବାଇ ପକ୍ଷରୁ ଏହି ପ୍ରଣାଳୀକୁ ମୁମ୍ବାଇ-ଗୋଆ ତେଜସ୍‌ ଟ୍ରେନ୍‌ ଏବଂ ମୁମ୍ବାଇ-ଅହମ୍ମଦାବାଦ୍‌ ଶତାବ୍ଦୀ ଏକ୍ସପ୍ରେସ୍‌ରୁ ବନ୍ଦ କରିଦେବାର ଯୋଜନା କରିଛି।

ସମ୍ବନ୍ଧିତ ଖବର