ରେଳବାଇରେ ମିଳିବ ଠିକା ନିଯୁକ୍ତି, ଜୋନାଲ ମୁଖ୍ୟମାନଙ୍କୁ ଦିଆଗଲା କ୍ଷମତା

ନୂଆଦିଲ୍ଲୀ : ଭାରତୀୟ ରେଳବାଇରେ ଏବେ ଠିକ ନିଯୁକ୍ତି ପାଇଁ ପଥ ପରିଷ୍କାର ହୋଇଛି । ରେଲବାଇରେ ଅନେକ ପଦ ଖାଲି ଥିଲେ ମଧ୍ୟ ବଜେଟ ଅଭାବରୁ ସେଗୁଡ଼ିକୁ ପୂରଣ କରାଯାଉନାହିଁ । କିନ୍ତୁ ବିଭିନ୍ନ ପଦବୀ ଖାଲି ଥିବାରୁ ପରିଚାଳନାରେ ଅସୁବିଧା ହେଉଛି । ଏହାକୁ ଦୃଷ୍ଟିରେ ରଖି କେତେକ ନିର୍ଦ୍ଦିଷ୍ଟ ବର୍ଗରେ ଏହି ଠିକା ନିଯୁକ୍ତି ଦିଆଯିବ । ସେହିପରି ରେଳବାଇ ମ୍ୟୁଜିୟମରେ ଥିବା ପୁରୁଣା ବାଷ୍ପୀୟ ଇଂଜିନ ଓ ଅନ୍ୟାନ୍ୟ ପୁରୁଣା ସଂରକ୍ଷିତ ଉପକରଣଗୁଡ଼ିକର ରକ୍ଷଣାବେକ୍ଷଣ ପାଇଁ ଅବସରପ୍ରାପ୍ତ କର୍ମଚାରୀଙ୍କୁ ଠିକା ଭିତ୍ତିରେ ନିଯୁକ୍ତି ଦେବାକୁ ରେଳବାଇ ଯୋଜନା କରୁଛି । ମୁଖ୍ୟତଃ ରେଲବାଇର ପୁରୁଣା ସାମଗ୍ରୀକୁ  ଭବିଷ୍ୟତ ପୀଢି ଲାଗି ସୁରକ୍ଷିତ କରି ରଖିବା ଏହାର ଉଦ୍ଦେଶ୍ୟ । ଜୋନାଲ ମୁଖ୍ୟ ମାନଙ୍କୁ ଏସବୁ ଅବସରପ୍ରାପ୍ତ ରେଳ କର୍ମଚାରୀଙ୍କୁ ନିଯୁକ୍ତି ଦେବା ଲାଗି କ୍ଷମତା ଦିଆଯାଇଛି । ସେହିପରି ରେଳବାଇ ଅଫିସ ଗୁଡ଼ିକରେ ଡାଟା ଏଣ୍ଟ୍ରି ଅପରେଟର ଓ ଷ୍ଟେନୋଗ୍ରାଫର ମାନଙ୍କୁ ମଧ୍ୟ ଠିକା ଭିତ୍ତିରେ ନିଯୁକ୍ତି ଦେବା ପାଇଁ ନିଷ୍ପତ୍ତି ହୋଇଛି ।

ସମ୍ବନ୍ଧିତ ଖବର