ହାଇଦ୍ରାବାଦ: ରେନବୋ ଚିଲଡ୍ରେନ୍ସ ହସ୍ପିଟାଲ ଚିକିତ୍ସା କ୍ଷେତ୍ରରେ ନୂଆ ମାଇଲଖୁଣ୍ଟ ସ୍ଥାପନ କରିଛି। ଗୁରୁତର ରୋଗରେ ପୀଡ଼ିତ ୧୮ ମାସର ଶିଶୁପୁତ୍ରକୁ ଗୋଆରୁ ହାଇଦ୍ରାବାଦକୁ ଏକ୍ମୋ ଚିକିତ୍ସା ପଦ୍ଧତିରେ ରଖି ଏୟାର ଆମ୍ବୁଲାନ୍ସରେ ସ୍ଥାନାନ୍ତର କରିଛି। ଦେଶର ଚିକିତ୍ସା ଇତିହାସରେ ଏହା ପ୍ରଥମ ବୋଲି ହସ୍ପିଟାଲ ପକ୍ଷରୁ ଦାବି କରାଯାଇଛି। ଶିଶୁପୁତ୍ରଟି ଗୁରୁତର ନିମୋନିଆ ଏବଂ ଏଆର୍ଡିଏସ୍ (ଆକ୍ୟୁଟ ରେସପେରୋଟୋରି ଡିଷ୍ଟ୍ରେସ ସିଣ୍ଡ୍ରୋମ୍) ରୋଗରେ ପୀଡ଼ିତ ଥିଲା। ଶିଶୁଟିକୁ ଏକ୍ମୋ ଚିକିତ୍ସା ପ୍ରଦାନ ସହିତ ଏକ ଉନ୍ନତ ଡାକ୍ତରଖାନାକୁ ନିଆଯିବାର ଆବଶ୍ୟକତା ଥିଲା।
ରେନ୍ବୋ ଚିଲଡ୍ରେନ୍ସ ହସ୍ପିଟାଲକୁ ଏଥିପାଇଁ ସୂଚନା ମିଳିବା ପରେ ପ୍ରସ୍ତୁତି ଆରମ୍ଭ ହୋଇଯାଇଥିଲା। ହସ୍ପିଟାଲର ଆଇସିଏସ୍ ନିର୍ଦ୍ଦେଶକ ଡା. ଦିନେଶ କୁମାର ଚିର୍ଲା, ଶିଶୁ ଏକ୍ମୋ ଚିକିତ୍ସା ବିଶେଷଜ୍ଞ ଡା. କବିଲ ସଚାନି, ଶିଶୁ ଚିକିତ୍ସା ବିଭାଗର ମୁଖ୍ୟ ଡା. ଫାରାନ୍ ଶେଖ୍ ଏବଂ ବରିଷ୍ଠ ଚିକିତ୍ସକ ଡା. ଅନୁପମା ଏରା ପ୍ରମୁଖ ଏଥିପାଇଁ ଆଗେଇ ଆସିଥିଲେ। ଉଚ୍ଚମାନର ଯୋଜନା ଯୋଗୁ ଶିଶୁଟିକୁ ଏକ୍ମୋ ଚିକିତ୍ସାରେ ରଖାଯାଇ ଗୋଆରୁ ହାଇଦ୍ରାବାଦ ଅଣାଯାଇ ଚିକିତ୍ସା କରାଯାଇ ପାରିଛି ବୋଲି ଡାକ୍ତରଖାନାର ସିଏମ୍ଡି ଡା. ରମେଶ କଞ୍ଚର୍ଲା କହିଛନ୍ତି।