ସୁଧ ବଢ଼ାଇବା ରାଷ୍ଟ୍ର ବିରୋଧୀ କାମ ନୁହେଁ: ରାଜନ

ନୂଆଦିଲ୍ଲୀ: ଦେଶରେ ଦରଦାମ୍ ସ୍ଥିତି ବେଲଗାମ ହୋଇପଡ଼ିଥିବା ବେଳେ ଭାରତୀୟ ରିଜର୍ଭ ବ୍ୟାଙ୍କ ଏଥର ମଧ୍ୟ ସୁଧକୁ ଅପରିବର୍ତ୍ତିତ ରଖିଛି। ଏ ସମ୍ପର୍କରେ ମତ ରଖି ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନ କହିଛନ୍ତି ଯେ ‌ରିଜର୍ଭ ବ୍ୟାଙ୍କକୁ କେବେ ନା କେବେ ସୁଧ ବଢ଼ାଇବାକୁ ପଡ଼ିବ। ରାଜନେତା ଓ ପ୍ରଶାସକମାନଙ୍କୁ ସେ ମନେ ପକାଇ ଦେଇଛନ୍ତି ଯେ ଦରଦାମ୍ ନିୟନ୍ତ୍ରଣ ଲାଗି ସୁଧ ହାରରେ ବୃଦ୍ଧି କରିବା କୌଣସି ରାଷ୍ଟ୍ର ବିରୋଧୀ କାମ ନୁହେଁ ଯାହା ବିଦେଶୀ ନିବେଶକଙ୍କୁ ଲାଭ ପ୍ରଦାନ କରିବ। ଦେଶର ଆର୍ଥିକ ସ୍ଥିରତା ପାଇଁ ଏହା ଏକ ନିବେଶ ଯାହା ଦ୍ବାରା ଭାରତୀୟ ନାଗରିକମାନେ ବଡ଼ ଧରଣର ଲାଭ ପାଇବେ ବୋଲି ସେ କହିଛନ୍ତି। ସୁଧ ବଢ଼ାଇବା ଯଦିଓ ଏକ ଲୋକପ୍ରିୟ ପଦକ୍ଷେପ ନୁହେଁ, କିନ୍ତୁ ସ୍ଥିତି ଉପରେ ନିୟନ୍ତ୍ରଣ ଆଣିବା ଲାଗି ଯେଉଁ ପଦକ୍ଷେପ ଦରକାର ତାହା ରିଜର୍ଭ ବ୍ୟାଙ୍କ ଗ୍ରହଣ କରିବା ଉଚିତ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର