ରାଜ୍‌ ଇଲେକଟ୍ରୋନିକ୍ସର ୨୨ତମ ସୋ’ରୁମ୍ ଖୋଲିଲା

ଭୁବନେଶ୍ବର: ଯାଜପୁର ରୋଡ୍‌ଠାରେ ରାଜ୍ ଇଲେକ୍‌ଟ୍ରୋନିକ୍ସର ୨୨ତମ ମେଗା ସୋରୁମ୍ ଆଜି ଉଦ୍‌ଘାଟିତ ହୋଇଯାଇଛି। ୩୫୦୦ ବର୍ଗଫୁଟ ବିଶିଷ୍ଟ ଏହି ସୋରୁମ୍‌କୁ ଟାଟା ଷ୍ଟିଲ୍‌ କମ୍ପାନି, ଯାଜପୁରର ଜେନେରାଲ ମ୍ୟାନେଜର ପ୍ରଶାନ୍ତ ମଲ୍ଲିକ ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ ସୋରୁମ୍‌ର ମ୍ୟାନେଜିଂ ପାର୍ଟନର ପ୍ରକାଶ କୁମାର ବିଶ୍ବାଳ ଓ ଅନ୍ୟମାନେ ଉପସ୍ଥିତ ଥିଲେ। ଶ୍ରୀ ବିଶ୍ବାଳ କହିଥିଲେ, ବ୍ୟବସାୟରେ ସ୍ବଚ୍ଛତା, ଗ୍ରାହକଙ୍କ ସହିତ ଭଦ୍ର ବ୍ୟବହାର ଓ ଗ୍ରାହକଙ୍କ ପସନ୍ଦ ପ୍ରତି ସୋରୁମ୍ ଗୁରୁତ୍ବ ଦେବ। ପାର୍ବଣ ଋତୁରେ ଗ୍ରାହକଙ୍କ ପାଇଁ ଆକର୍ଷଣୀୟ ଉପହାର ରହିଛି। ଗୋଟିଏ ଉତ୍ପାଦ କିଣି ଦୁଇଟି ଉତ୍ପାଦ ପାଇବା ସହିତ ଆକର୍ଷଣୀୟ ରିହାତି ପାଇପାରିବେ। ଏଥିସହିତ କିସ୍ତିରେ ଉତ୍ପାଦ କିଣିବା ସୁବିଧା ରହିଛି ବୋଲି ଶ୍ରୀ ବିଶ୍ବାଳ କହିଛନ୍ତି।

ସମ୍ବନ୍ଧିତ ଖବର