ରାଜ ଇଲେକ୍‌ଟ୍ରୋନିକ୍ସରେ ବିବାହ ଅଫର

ଭୁବନେଶ୍ୱର: ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ବିକ୍ରି କରୁଥିବା ଦେଶର ଅଗ୍ରଣୀ ଅନୁଷ୍ଠାନ ରାଜ ଇଲେକ୍‌ଟ୍ରୋନିକ୍ସ ପକ୍ଷରୁ ବିବାହ ଅଫର ଘୋଷଣା କରାଯାଇଛି। ବିବାହ ଋତୁରେ ଗ୍ରାହକମାନଙ୍କୁ ସୁଲଭ ମୂଲ୍ୟରେ, ସୁବିଧାରେ ଏବଂ ଗୁଣାତ୍ମକ ସାମଗ୍ରୀ ଯୋଗାଇ ଦେବାକୁ ରାଜ ଇଲେକ୍‌୍‌ଟ୍ରୋନିକ୍ସ ପ୍ରତିଶ୍ରୁତିବଦ୍ଧ ବୋଲି ଏହାର ତତ୍ତ୍ୱାବଧାୟକ ପ୍ରକାଶ ବିଶ୍ୱାଳ କହିଛନ୍ତି। ସେ କହିଛନ୍ତି ଯେ ବିବାହ ଅଫରରେ ଆମେ ଗ୍ରାହକମାନଙ୍କୁ ସବୁ ପ୍ରକାର ସାମଗ୍ରୀ ଉପରେ ରିହାତି ପ୍ରଦାନ କରୁଛୁ। ରେଫ୍ରିଜରେଟର ଓ ଓ୍ଵାସିଂ ମେସିନ୍‌ ଉପରେ ଭଲ ରିହାତି ପ୍ରଦାନ କରାଯାଉଛି। ମଡେଲ୍‌ ଏବଂ କଂପାନି ଅନୁସାରେ ରିହାତି ପରିମାଣ ଅଲଗା ଅଲଗା ରହିଛି। ସେହିପରି ଏସି ଉପରେ ୮-୧୦ ହଜାର ଟଙ୍କା ପର୍ଯ୍ୟନ୍ତର ରିହାତି ପ୍ରଦାନ କରାଯାଉଛି।

ସର୍ବାଧିକ ପରିମାଣର ରିହାତି ରାଜ ଇଲେକ୍‌ଟ୍ରୋନିକ୍ସ ପ୍ରଦାନ କରୁଛି ବୋଲି ଶ୍ରୀ ବିଶ୍ୱାଳ କହିଛନ୍ତି। ରାଜ୍ୟର ସମସ୍ତ ରାଜ ଇଲେକ୍‌ଟ୍ରୋନିକ୍ସର ସୋ’ରୁମ୍‌ରେ ଏହି ଅଫର ଉପଲବ୍ଧ ହେଉଛି। ଗ୍ରାହକମାନେ ଡିସେମ୍ବର ୧୫ ପର୍ଯ୍ୟନ୍ତ ଏହି ଅଫରର ଲାଭ ଉଠାଇପାରିବେ। କେବଳ ରିହାତି ନୁହେଁ, ରାଜ ଇଲେକ୍‌ଟ୍ରୋନିକ୍ସ ସୋ’ରୁମ୍‌ରେ ଗ୍ରାହକମାନେ ସୁବିଧାରେ ଏବଂ ସହଜରେ ଫାଇନାନ୍‌ସ ମଧ୍ୟ ହାସଲ କରିପାରିବେ। ବିଭିନ୍ନ ସାମଗ୍ରୀ ଖରିଦ ଉପରେ ରାଜ ଇଲେକ୍ଟ୍ରୋନିକ୍ସ ପକ୍ଷରୁ ଉପହାର ମଧ୍ୟ ପ୍ରଦାନ କରାଯିବ। ବଜାଜ ଫାଇନାନ୍ସ, ଏଚ୍‌ଡିଏଫ୍‌ସି ଏବଂ କ୍ୟାପିଟାଲ୍‌ ଫାଷ୍ଟ୍‍ ଦ୍ୱାରା ଫାଇନାନ୍ସ ସୁବିଧା ପ୍ରଦାନ କରାଯାଉଛି। ଗ୍ରାହକମାନେ ଏଠାରେ ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଫାଇନାନ୍ସ ହାସଲ କରିପାରିବେ। ତେବେ ଏଥିପାଇଁ କେତେକ ସର୍ତ୍ତାବଳୀ ରହିଛି। ଗ୍ରାହକମାନଙ୍କ ପାଇଁ ଶୂନ ପ୍ରତିଶତ ଫାଇନାନ୍ସ ସୁବିଧା ମଧ୍ୟ ରହିଛି।

ସମ୍ବନ୍ଧିତ ଖବର