ଭି-ମାର୍ଟ ଷ୍ଟୋର୍‌ରେ ରଜ ଫେସନ

ଭୁବନେଶ୍ବର: ଲୋକମାନଙ୍କୁ ସୁଲଭ ମୂଲ୍ୟରେ ଆନ୍ତର୍ଜାତିକ ମାନ ଓ ଷ୍ଟାଇଲ୍‌ର ପୋଷାକ ଯୋଗାଇ ଦେଉଥିବା ଭି-ମାର୍ଟ ପକ୍ଷରୁ ରଜ ସଂକ୍ରାନ୍ତୀ ପାଇଁ ଏହାର ଷ୍ଟୋର୍‌ଗୁଡ଼ିକରେ ଅନେକ ଫେସନେବଲ୍ ପୋଷାକ ଭର୍ତି କରାଯାଇଛି। ମହିଳାମାନେ ଏହି ସମୟରେ ଭି-ମାର୍ଟ ଷ୍ଟୋର୍‌ରୁ ସାଲ୍‌ୱାର୍‌ ସୁଟ୍‌, ଲେହେଙ୍ଗା, ଶାଢ଼ି, କୁର୍ତୀ, ଟପ୍‌ସ୍‌ ଓ ଜିନ୍ସ ଆଦି କିଣିପାରିବେ।

ଏହା ବ୍ୟତୀତ ପୁରୁଷ ଓ ଶିଶୁମାନଙ୍କ ପାଇଁ ମଧ୍ୟ ଷ୍ଟୋର୍‌ରେ ‌ଅନେକ ଆକର୍ଷଣୀୟ ପୋଷାକ ସମ୍ଭାର ରହିଛି। ଗ୍ରାହକମାନଙ୍କୁ ସୁରକ୍ଷିତ ସପିଙ୍ଗ୍‌ ଅନୁଭୂତି ଦେବା ଲାଗି କଂପାନି ପକ୍ଷରୁ ଏହାର ଷ୍ଟୋର୍‌ଗୁଡ଼ିକୁ ସାନିଟାଇଜ୍ କରାଯାଇଛି। କଂପାନିର ସିଓଓ ସୀମର ମିଶ୍ର କହିଛନ୍ତି, ଲକ୍‌ଡାଉନ୍ ସମୟରେ ଆମେ ଆମର ସବୁ ଷ୍ଟୋର୍‌କୁ ସାନିଟାଇଜ୍‌ କରିଥିଲୁ। ଏହା ବ୍ୟତୀତ କର୍ମଚାରୀ ଏବଂ ଗ୍ରାହକଙ୍କ ସୁରକ୍ଷା ଲାଗି କଠୋର ସୁରକ୍ଷା ବ୍ୟବସ୍ଥା ଲାଗୁ କରିଛୁ।

ସମ୍ବନ୍ଧିତ ଖବର