ଟ୍ରେଣ୍ଡ୍‌ସ୍ ପକ୍ଷରୁ ରଜ ରାଜକୁମାରୀ ପ୍ରତିଯୋଗିତା

ଭୁବନେଶ୍ୱର: ରିଲାଏନ୍ସ ରିଟେଲ୍‌ର ପୋଷାକ ଏବଂ ଆସେସୋରିଜ୍ ସ୍ପେସାଲିଟି ଚେନ୍ ଟ୍ରେଣ୍ଡ୍‌ସ୍‌ ଓଡ଼ିଶାରେ ରଜ ମହୋତ୍ସବ ପାଳନ ନିମନ୍ତେ ଅନନ୍ୟ ରଜ ରାଜକୁମାରୀ ପ୍ରତିଯୋଗିତା ୨୦୨୨ ଘୋଷଣା କରିଛି। ଓଲିଉଡ଼୍‌ ତାରକା ଦମ୍ପତି ସମ୍ବିତ ଆଚାର୍ଯ୍ୟ ଏବଂ ଶିବାନୀ ସଙ୍ଗୀତା ଏହି ପ୍ରତିଯୋଗିତା ସହିତ ସେଲିବ୍ରିଟି ବ୍ରାଣ୍ଡ୍ ଆମ୍ବାସାଡର ଭାବରେ ଯୋଡ଼ି ହୋଇଛନ୍ତି। ଟ୍ରେଣ୍ଡ୍‌ସ୍ ପକ୍ଷରୁ ୧୬ ଦିନ ବ୍ୟାପୀ ଅର୍ଥାତ୍‌ ଚଳିତମାସ ୪ରୁ ୧୯ ପର୍ଯ୍ୟନ୍ତ ଏହି ପ୍ରତିଯୋଗିତା ଚାଲିବ। ଏହାର ଫିନାଲେ ଜୁନ୍ ୨୬ରେ ଅନୁଷ୍ଠିତ ହେବ। ଉକ୍ତ ପ୍ରତିଯୋଗିତା ମଧ୍ୟରେ ଦୁଇଟି ପୃଥକ ପ୍ରତିଯୋଗିତା-ରଜ ସମ୍ପର୍କିତ ଲୋକଗୀତ ପ୍ରତିଯୋଗିତା ଏବଂ ବନ୍ଧୁ ବାନ୍ଧବ ଓ ସମ୍ପର୍କୀୟଙ୍କ ସହିତ ରଜ ସେଲ୍‌ଫି ପ୍ରତିଯୋଗିତା ରହିଛି।

ପ୍ରତିଯୋଗିତାର ସାମିଲ୍ ହୋବା ପାଇଁ ଅଂଶଗ୍ରହଣକାରୀଙ୍କୁ ସେମାନଙ୍କ ବନ୍ଧୁବାନ୍ଧବ ଓ ସମ୍ପର୍କୀୟଙ୍କ ସହିତ ନିଆଯାଇଥିବା ସେଲ୍‌ଫି ପଠାଇବାକୁ ହେବ ଅଥବା ରଜ ସମ୍ପର୍କିତ ଗୀତ ଗାଇ ତାହାର ଏକ ମିନିଟର ଭିଡିଓ କ୍ଲିପ୍ କରି ତାହାକୁ ହ୍ୱାଟ୍‌ସ୍ ଆପ୍ ନମ୍ବର (୮୯୦୮୦୨୦୧୦୪)ରେ ସେୟାର କରିବାକୁ ହେବ କିମ୍ବା ୱେବସାଇଟ www.trendsrajarajakumari.com ରେ ଅପ୍‌ଲୋଡ୍‌ କରିବାକୁ ପଡ଼ିବ। ପ୍ରତିଯୋଗିତାରେ ଭାଗ ନେଉଥିବା ଅଂଶଗ୍ରହଣକାରୀଙ୍କୁ ପ୍ରତ୍ୟେକ ୫୦୦ ଟଙ୍କା ମୂଲ୍ୟର ଦୁଇଟି ରଜ ସ୍ପେସାଲ ରିହାତି କୁପନ୍ ମିଳିବ। ବିଚାରକମଣ୍ଡଳୀ ପ୍ରତ୍ୟେକ ବିଭାଗରୁ ୩ଜଣ କରି ମୋଟ ଛଅଜଣ ବିଜେତାଙ୍କୁ ମନୋନୀତ କରିବେ। ପ୍ରତି ବିଭାଗର ଶ୍ରେଷ୍ଠ ତିନିଜଣ ବିଜେତାଙ୍କୁ ଯଥାକ୍ରମେ ୩୧,୦୦୦ ଟଙ୍କା, ୨୧,୦୦୦ ଟଙ୍କା ଓ ୧୧,୦୦୦ ଟଙ୍କାର ପୁରସ୍କାର ପ୍ରଦାନ କରାଯିବ।

ସମ୍ବନ୍ଧିତ ଖବର