ବ୍ରିଟେନ୍ କେନ୍ଦ୍ରୀୟ ବ୍ୟାଙ୍କ ଗଭର୍ଣ୍ଣର ହୋଇପାରନ୍ତି ରାଜନ

ନୂଆଦିଲ୍ଲୀ: ଭାରତର ରିଜର୍ଭ ବ୍ୟାଙ୍କ ଭଳି ବ୍ରିଟେନ୍‌ରେ ଥିବା କେନ୍ଦ୍ରୀୟ ବ୍ୟାଙ୍କର ନୂଆ ଗଭର୍ଣ୍ଣର ପାଇଁ ପ୍ରାର୍ଥୀ ଖୋଜା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ବ୍ରିଟେନ୍‌ର କେନ୍ଦ୍ରୀୟ ବ୍ୟାଙ୍କକୁ ବ୍ୟାଙ୍କ ଅଫ୍ ଇଂଲଣ୍ଡ କୁହାଯାଉଛି। ଏହି ସଂସ୍ଥାର ଗଭର୍ଣ୍ଣର ପଦ ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନଙ୍କୁ ଜଣେ ପ୍ରମୁଖ ଦାବିଦାର ଭାବେ ବିଚାର କରାଯାଉଛି। ବ୍ୟାଙ୍କ ଅଫ୍‌ ଇଂଲଣ୍ଡର ଗଭର୍ଣ୍ଣର ଭାବେ ଏବେ ମାର୍କ କାର୍‌ନି କାମ କରୁଛନ୍ତି ଓ ଆସନ୍ତା ବର୍ଷ ପ୍ରାରମ୍ଭରେ ତାଙ୍କ କାର୍ଯ୍ୟକାଳ ଶେଷ ହେବ। ତାଙ୍କ ସ୍ଥାନରେ ରାଜନଙ୍କୁ ନିଯୁକ୍ତି ପ୍ରଦାନ କରାଯିବାର ଯଥେଷ୍ଟ ସମ୍ଭାବନା ରହିଛି ବୋଲି ‘ବ୍ଲୁମ୍‌ବର୍ଗ’ ନାମକ ସଂସ୍ଥା ଏହାର ରିପୋର୍ଟରେ ଜଣାଇଛି। ଏହି ପଦ ପାଇଁ ଆବେଦନ କରିବାର କୌଣସି ଅଭିପ୍ରାୟ ନାହିଁ ବୋଲି ଗତବର୍ଷ ରାଜନ ସ୍ପଷ୍ଟ କରିଥିଲେ। ସେ କହିଥିଲେ ଯେ, ଚିକାଗୋ ବିଶ୍ବବିଦ୍ୟାଳୟରେ ମୁଁ ବହୁତ ଭଲ ଚାକିରିରେ ଅଛି। ମୁଁ ଜଣେ ଶିକ୍ଷାବିତ, ଜଣେ ବୃତ୍ତିଧାରୀ କେନ୍ଦ୍ରୀୟ ବ୍ୟାଙ୍କ ଗଭର୍ଣ୍ଣର ନୁ‌ହେଁ। ମୁଁ ଯେଉଁଠାରେ ଅଛି ବହୁତ ଖୁସିରେ ଅଛି ବୋଲି ସେ କହିଥିଲେ।

ସମ୍ବନ୍ଧିତ ଖବର