ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଡାଭୋସଠାରେ ଅନୁଷ୍ଠିତ ବିଶ୍ୱ ଅର୍ଥନୈତିକ ଫୋରମ୍ର ବାର୍ଷିକ ସମ୍ମିଳନୀରେ ଉଦ୍ବୋଧନ ଦେଇ ଯେଉଁସବୁ ମନ୍ତବ୍ୟ ଭାରତ ସମ୍ପର୍କରେ ଦେଇଛନ୍ତି ତାହା ଉପରକୁ ଆଙ୍ଗୁଳି ଉଠାଇଛନ୍ତି ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ରଘୁରାମ୍ ରାଜନ୍। ଗଣତନ୍ତ୍ର, ଜନସଂଖ୍ୟାର ଢାଞ୍ଚା ଏବଂ ଗତିଶୀଳତା ମିଳିତଭାବେ ଭାରତର ଭବିଷ୍ୟତକୁ ତିଆରି କରୁଛନ୍ତି। ଏସବୁ ଭାରତକୁ ବିକାଶ ପଥରେ ଆଗକୁ ନେଉଛନ୍ତି। ଆମର ମନ୍ତ୍ର ହେଲା ରିଫର୍ମ, ପର୍ଫର୍ମ ଆଣ୍ଡ ଟ୍ରାନ୍ସଫର୍ମ ବୋଲି ଡାଭୋସ ସମ୍ମିଳନୀରେ ମୋଦି କହିଥିଲେ।
ତେବେ ମୋଦିଙ୍କ ଏହି ମନ୍ତବ୍ୟ ସହିତ ରାଜନ୍ ଏକମତ ହୋଇନାହାନ୍ତି। ଏକ ସାକ୍ଷାତକାରରେ ରାଜନ୍ ମୋଦି ସରକାର ଯେଉଁ ଢଙ୍ଗରେ କାର୍ଯ୍ୟ କରୁଛି ତାହା ପ୍ରକୃତରେ ଗଣତାନ୍ତ୍ରିକ କି ବୋଲି ପ୍ରଶ୍ନ ଉଠାଇଛନ୍ତି। କିଛି ବ୍ୟକ୍ତି ସବୁ ନିଷ୍ପତ୍ତି ନେଉଥିବାବେଳେ ଅମଲାମାନଙ୍କୁ ଏଥିରେ ସାମିଲ କରାଯାଉ ନାହିଁ ବୋଲି ସେ କହିଛନ୍ତି। ଦେଶରେ କାର୍ଯ୍ୟକାରୀ ନହୋଇ ପଡ଼ି ରହିଥିବା ଭିତ୍ତିଭୂମି ପ୍ରକଳ୍ପ ସମ୍ପର୍କରେ ରାଜନ୍ କହିଛନ୍ତି ଏସବୁର କାର୍ଯ୍ୟକାରିତା ପାଇଁ ରାଜନୈତିକ ଧ୍ୟାନର ଆବଶ୍ୟକତା ରହିଛି। ଦେଶକୁ ଅଗଣତାନ୍ତ୍ରିକ ଭାବେ ପରିଚାଳିତ କରାଯାଉଥିବା ନେଇ ମଧ୍ୟ ରାଜନ୍ କହିଛନ୍ତି। ସବୁକିଛି କାର୍ଯ୍ୟ ଅତ୍ୟଧିକ କେନ୍ଦ୍ରୀଭୂତ ଭାବେ କରାଯାଉଛି। ଅର୍ଥନୀତିକୁ ଅଳ୍ପ କିଛି ଲୋକ ପରିଚାଳିତ କରୁଛନ୍ତି। ୨.୫ ଲକ୍ଷ କୋଟିର ଅର୍ଥନୀତିକୁ ପରିଚାଳନା କରିବା ପାଇଁ ଏହି ଅଳ୍ପ ସଂଖ୍ୟକ ଲୋକଙ୍କ ନିକଟରେ ଦକ୍ଷତା ରହିଛି କି ବୋଲି ରାଜନ୍ ପ୍ରଶ୍ନ ଉଠାଇଛନ୍ତି। ଭାରତୀୟ ଷ୍ଟକ୍ ମାର୍କେଟରେ ଯେଉଁ ଊର୍ଧ୍ୱମୁଖୀ ଧାରା ପରିଲକ୍ଷିତ ହେଉଛି ତାହା ଭାରତୀୟ ଅର୍ଥନୀତି ଭଲ କରୁଥିବାର ଏକ ଲକ୍ଷଣ ବୋଲି ଯାହା କୁହାଯାଉଛି ସେଥି ସହିତ ମଧ୍ୟ ରାଜନ୍ ଏକମତ ହୋଇନାହାନ୍ତି। ବିଶ୍ୱ ସ୍ତରରେ ବିଭିନ୍ନ ଷ୍ଟକ ମାର୍କେଟରେ ଏବେ ଊର୍ଧ୍ୱମୁଖୀ ଧାରା ପରିଲକ୍ଷିତ ହେଉଛି। ଭାରତୀୟ ଷ୍ଟକ ମାର୍କେଟ ତାହାର ଏକ ଅଂଶବିଶେଷ ବୋଲି ସେ କହିଛନ୍ତି। ତେବେ ଦୀର୍ଘମିଆଦି ଭିତ୍ତିରେ ଆମ ଅର୍ଥନୀତିର ମୂଳଦୁଆକୁ ସୁଦୃଢ଼ କରିବାକୁ ରାଜନ୍ ମତ ଦେଇଛନ୍ତି।
ମୋଦି ସରକାରଙ୍କ କାର୍ଯ୍ୟଶୈଳୀ ପ୍ରତି ଆଙ୍ଗୁଳି ଉଠାଇଲେ ରାଜନ୍
/sambad/media/post_attachments/wp-content/uploads/2017/11/rajan.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)