ନୂଆଦିଲ୍ଲୀ: କେନ୍ଦ୍ର ସରକାର ବିଦେଶରେ ବଣ୍ଡ୍ ବିକ୍ରି କରି ଅର୍ଥ ସଂଗ୍ରହ ଯୋଜନା ରଖିଛନ୍ତି। ତେବେ ଏହି ଯୋଜନାର ସଫଳତା ନେଇ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ରଘୁରାମ୍ ରାଜନ୍ ଆଶଙ୍କା ବ୍ୟକ୍ତ କରିଛନ୍ତି। ଏପରିକି ଏହା ବିପଦପୂର୍ଣ୍ଣ ବୋଲି ମଧ୍ୟ ସତର୍କ କରାଇ ଦେଇଛନ୍ତି। ଏହି ଯୋଜନାକୁ ବାସ୍ତବରେ କୌଣସି ଲାଭ ମିଳିବ ନାହିଁ ବରଂ ଏହା ବିପଦପୂର୍ଣ୍ଣ ବୋଲି ସେ ଏକ ସ୍ତମ୍ଭରେ ଲେଖିଛନ୍ତି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଚଳିତବର୍ଷ ବଜେଟରେ ବିଦେଶ ବଜାରରେ ବଣ୍ଡ୍ ଜାରି କରି ପାଣ୍ଠି ସଂଗ୍ରହ ପ୍ରସ୍ତାବ ରଖିଛନ୍ତି। ଏହାକୁ ବିରୋଧୀଦଳ ଗୁଡ଼ିକ ମଧ୍ୟ ବିରୋଧ କରୁଛନ୍ତି। ଚଳିତ ଆର୍ଥିକ ବର୍ଷରେ ସରକାର ରେକର୍ଡ ୭ ଲକ୍ଷ କୋଟି ଟଙ୍କାର ଋଣ କରିବାର ଯୋଜନା ରଖିଛନ୍ତି।
ବିଦେଶରେ ବଣ୍ଡ୍ ବିକ୍ରିକୁ ରାଜନ୍ଙ୍କ ବିରୋଧ
/sambad/media/post_attachments/wp-content/uploads/2019/03/Raghuram-Rajan1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)