ନୂଆଦିଲ୍ଲୀ: ଅର୍ଥନୀତିରେ ଦ୍ରୁତ ଗତିରେ ସୁଧାର ହୋଇଛି ବୋଲି ଯେଉଁ ଦାବି କରାଯାଉଛି ତାହାକୁ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନ ଅଗ୍ରାହ୍ୟ କରିଛନ୍ତି। ସେ କହିଛନ୍ତି କୌଣସି ଆହ୍ବାନପୂର୍ଣ୍ଣ ସମୟ ପରେ ଅଭିବୃଦ୍ଧି ସବୁ ବେଳେ ଦ୍ରୁତ ରହିଥାଏ। କିନ୍ତୁ ଆମ ପାଇଁ ସବୁଠୁ ବଡ଼ ଆହ୍ବାନ ହେଉଛି ୮-୯ ପ୍ରତିଶତର ଅଭିବୃଦ୍ଧିକୁ ଆଗାମୀ ଦିନରେ ବଜାୟ ରଖିବା।

Advertisment

ଯେଉଁ ସ୍ଥାନରେ ଭାରତୀୟ ଅର୍ଥନୀତି ପହଞ୍ଚିବା ଯୋଗୁଁ ସେହି ସ୍ଥାନରେ ପହଞ୍ଚିବା ଲାଗି ବହୁତ କିଛି କରିବାକୁ ପଡ଼ିବ ବୋଲି ରାଜନ କହିଛନ୍ତି। ଅର୍ଥନୀତି ୮-୯ ପ୍ରତିଶତ ହାରରେ ଆଗକୁ ବଢ଼ିଲେ ଯୁବପିଢ଼ିଙ୍କ ପାଇଁ ଆବଶ୍ୟକ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ ବୋଲି ସେ କହିଛନ୍ତି।

ଚଳିତ ଆର୍ଥିକ ବର୍ଷର ଦ୍ବିତୀୟ ତ୍ରୟମାସରେ ଦେଶର ଅଭିବୃଦ୍ଧି ୮.୪% ରହିଛି। ତେବେ ବର୍ତ୍ତମାନ ନିଯୁକ୍ତି ସୁଯୋଗ ସୃଷ୍ଟି ଉପରେ ସରକାରଙ୍କୁ ସର୍ବାଧିକ ଗୁରୁତ୍ବ ଦେବାକୁ ହେବ ବୋଲି ରାଜନ କହିଛନ୍ତି। ଯଦି ନିଯୁକ୍ତି ସୃଷ୍ଟି ହେବ ତେବେ ଜନସଂଖ୍ୟାରେ ଆମର ଯେଉଁ ବିବିଧତା ରହିଛି ତାହାର ଲାଭ ମିଳିପାରିବ। ପ୍ରାକ୍ ମହାମାରୀ ପୂର୍ବ ସମୟକୁ ଫେରି ଭାରତ ଏହାର ପ୍ରାରମ୍ଭିକ କାର୍ଯ୍ୟ କରିପାରିଛି। କିନ୍ତୁ ଅଭିବୃଦ୍ଧିକୁ ଉଚ୍ଚ ସ୍ତରରେ ରଖିବା ହେବ ସବୁଠୁ ବଡ଼ ଲକ୍ଷ୍ୟ ବୋଲି ସେ କହିଛନ୍ତି।