ରାଜୀବଙ୍କୁ ଏମ୍‌ସିଏଲ୍‌ ସିଏମ୍‌ଡି ଭାବେ ଅତିରିକ୍ତ ଦାୟିତ୍ୱ

ସମ୍ବୁଲପୁର,: ଏମ୍‌ସିଏଲ୍‌ର ନୂଆ ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦେଶକ (ସିଏମ୍‌ଡି) ଭାବେ ରାଜୀବ ରଞ୍ଜନ ମିଶ୍ର ଅତିରିକ୍ତ ଦାୟିତ୍ୱ ଗ୍ରହଣ କରିଛନ୍ତି। ଶ୍ରୀ ମିଶ୍ର ଏବେ େଓ୍ଵଷ୍ଟର୍ଣ୍ଣ କୋଲ୍‌ଫିଲ୍‌ଡ୍ସ ଲିମିଟେଡର ସିଏମ୍‌ଡି ଭାବେ କାର୍ଯ୍ୟ କରୁଛନ୍ତି। ଶ୍ରୀ ମିଶ୍ର ସେଣ୍ଟ୍ରାଲ କୋଲ୍‌ଫିଲ୍ଡସ୍‌ ଲିମିଟେଡ୍‌ରେ ନିର୍ଦେଶକ(କାର୍ମିକ), ସିଏମ୍‌ପିଡିଆଇଏଲ୍‌ କାର୍ମିକ ଓ ପ୍ରଶାସନ ବିଭାଗର ମୁଖ୍ୟ ସହିତ ନଦର୍ଣ୍ଣ କୋଲ୍‌ ଫିଲ୍ଡସ୍‌ ଲିମିଟେଡ ଓ କୋଲ୍‌ ଇଣ୍ଡିଆ ଲିମିଟେଡ୍‌ର ବିଭିନ୍ନ ପଦପଦବିରେ ରହି ସଫଳତାର କାର୍ଯ୍ୟ ସମ୍ପାଦନ କରିଛନ୍ତି। ଜିଓଲୋଜିରେ ମାଷ୍ଟର ଡିଗ୍ରି ସହିତ ପିଏମ୍‌ଆଇଆର୍‌ରେ ପିଜି ଡିପ୍ଲୋମା କରିଛନ୍ତି। ତିନି ଦଶନ୍ଧି ପୂର୍ବେ ସିଏମ୍‌ପିଡିଆଇଏଲ୍‌ ରାଞ୍ଚିରେ ନିଜର ଚାକିରି ଜୀବନ ଆରମ୍ଭ କରିଥିଲେ। ଏମ୍‌ସିଏଲ୍‌ରେ ପହଞ୍ଚିଲା ପରେ ଶ୍ରୀ ମିଶ୍ରଙ୍କୁ ସମସ୍ତ ଅଧିକାରୀ ଓ କର୍ମଚାରୀ ସ୍ୱାଗତ ସମ୍ବର୍ଧନା ଜଣାଇଥିଲେ।

ସମ୍ବନ୍ଧିତ ଖବର