ରାଜୀବ କୁମାର ନୂଆ ଅର୍ଥ ସଚିବ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଆଜି ନୂଆ ଅର୍ଥ ସଚିବ ଭାବେ ଆର୍ଥିକ ସେବା ବ୍ୟାପାର ସଚିବ ରାଜୀବ କୁମାରଙ୍କୁ ନିଯୁକ୍ତି ଦେଇଛନ୍ତି। ପ୍ରଧାନମନ୍ତ୍ରୀଙ୍କ ନେତୃତ୍ବରେ ଗଠିତ ନିଯୁକ୍ତି ସଂକ୍ରାନ୍ତ କ୍ୟାବିନେଟ୍ କମିଟି ଶ୍ରୀ କୁମାରଙ୍କ ନିଯୁକ୍ତିକୁ ମଞ୍ଜୁରି ଦେଇଛି। ସେ ୧୯୮୪ ବ୍ୟାଚ ଝାଡ଼ଖଣ୍ଡ କ୍ୟାଡରର ଆଇଏଏସ ଅଧିକାରୀ। ଉଲ୍ଲେଖଯୋଗ୍ୟ, କିଛିଦିନ ପୂର୍ବେ ଅର୍ଥ ସଚିବ ସୁଭାଷ ଚନ୍ଦ୍ର ଗର୍ଗଙ୍କୁ ଶକ୍ତି ମନ୍ତ୍ରାଳୟକୁ ସରକାର ବଦଳି କରିଛନ୍ତି। ଏହି ବଦଳି ପରେ ଶ୍ରୀ ଗର୍ଗ ଭିଆରଏସ ପାଇଁ ଆବେଦନ କରିଥିବା କୁହାଯାଉଛି।

ସମ୍ବନ୍ଧିତ ଖବର