ଟିକ୍‌-ଟକ୍‌ ପରେ ଏବେ ପବ୍‌ଜୀକୁ ଭାରତରେ ବ୍ଲକ୍‌ କରିବା ନେଇ ଗୁଗଲକୁ ଚିଠି ଲେଖିଲା ପୁଲିସ

ନୂଆଦିଲ୍ଲୀ : ଟିକ୍‌-ଟକ୍‌ ଆପ୍‌ ପରେ ଏବେ ପବ୍‌ଜୀକୁ ମଧ୍ୟ ଭାରତରେ ବନ୍ଦ କରାଇବାକୁ ନେଇ ପ୍ରସ୍ତୁତି ଆରମ୍ଭ ହୋଇ ଯାଇଛି । ପୂର୍ବରୁ କିଛି ରାଜ୍ୟରେ ଏହା ଉପରେ ପ୍ରତିବନ୍ଧକ ଲଗାଯାଇଥିବା ବେଳେ ଏବେ ସାରା ଭାରତରେ ଏହି ଆପ୍‌କୁ ଟିକ୍‌-ଟକ୍‌ ଭଳି ବ୍ଲକ କରିବା ପାଇଁ ଯୋଜନା ଆରମ୍ଭ ହୋଇଛି । ପବ୍‌ଜୀ ଖେଳିବା ଦ୍ୱାରା ତାହା ପିଲାମାନଙ୍କ ମାନସିକ ଅବସ୍ଥା ଉପରେ ପ୍ରଭାବ ପକାଉଥିବାରୁ ରାଜକୋଟ ପୁଲିସ ଏ ନେଇ ଗୁଗଲକୁ ଚିଠି ପଠାଇଥିବା ଜଣା ପଡ଼ିଛି । ଚିଠିରେ ପବ୍‌ଜୀ ମୋବାଇଲ ଆପ୍‌ ଡାଉନ୍‌ଲୋଡ୍‌ ଉପରେ ରୋକ୍‌ ଲଗାଇବା ପାଇଁ ଲେଖାଯାଇଥିବା ଜଣା ପଡ଼ିଛି । ତେବେ ରାଜକୋଟ ପୁଲିସ କେବଳ ରାଜକୋଟରେ ହିଁ ଏହାର ଡାଉନ୍‌ଲୋଡ୍‌ ଉପରେ ରୋକ ଲଗାଇବା ପାଇଁ ଲେଖିଥିବା ଜଣା ପଡ଼ିଛି । ତେବେ ଏହି ଚିଠିକୁ ନେଇ ଗୁଗଲ ପକ୍ଷରୁ ଏ ପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ରଖା ଯାଇ ନାହିଁ ।

ABP News – ABP Live

ତେବେ ପବ୍‌ଜୀକୁ ନେଇ ହେଉଥିବା ବିବାଦକୁ ଦେଖିବାକୁ ଗଲେ ଖୁବ୍‌ ଶୀଘ୍ର ଏହାର ଅବସ୍ଥା ଟିକ୍‌-ଟକ୍‌ ଭଳି ହେବ ବୋଲି ଆଶା କରାଯାଉଛି । ଦୁଇଟି ଯାକ ଚୀନା ଆପ୍‌ ଥିବା ବେଳେ ଏହାର ଲୋକପ୍ରିୟତା ଭାରତରେ ଅଧିକ ଦେଖିବାକୁ ମିଳିଛି।

ସମ୍ବନ୍ଧିତ ଖବର